ଟିମ୍ ଇଣ୍ଡିଆ କାହିଁକି ହାରିଲା ଚେନ୍ନାଇ ଟେଷ୍ଟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ଟିମ୍ ଇଣ୍ଡିଆ କାହିଁକି ହାରିଲା ଚେନ୍ନାଇ ଟେଷ୍ଟ?

ଚେନ୍ନାଇ: ସଫଳ ଅଷ୍ଟ୍ରେଲିଆ ଟୁର୍ ପରେ ଟିମ୍ ଇଣ୍ଡିଆ ଦୃଢ଼ ଆତ୍ମବିଶ୍ୱାସ ନେଇ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଓହ୍ଲାଇଥିଲା। ଟିମର ଆଭିମୁଖ୍ୟ, ସାମର୍ଥ୍ୟ ଓ ସନ୍ତୁଳନକୁ ନେଇ କୌଣସି ପ୍ରଶ୍ନ ନଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଟିମ୍ ଇଣ୍ଡିଆ ନିଜ ମାଟିରେ ସିରିଜର ପ୍ରଥମ ଟେଷ୍ଟରେ ଯେଉଁଭଳି ଶୋଚନୀୟ ଭାବେ ହାରିଲା, ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଅନ୍ୟପକ୍ଷରେ ଇଂଲଣ୍ଡର ଅପ୍ରତ୍ୟାଶିତ ଓ ବୃହତ ବିଜୟ ପଛରେ ଭାରତର ଏକାଧିକ ଦୁର୍ବଳ ପ୍ରଦର୍ଶନକୁ ଦାୟୀ କରାଯାଉଛି। ତେବେ ଆସନ୍ତୁ ଜାଣିବା, ଭାରତର ଏହି ଶୋଚନୀୟ ପରାଜୟ ପଛର କାରଣ କ’ଣ।

  •  ଚେନ୍ନାଇର ଧୀମା ଅଥଚ ପରିବର୍ତ୍ତନଶୀଳ ପିଚରେ ଟସ୍ ହାରିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଟସ୍ ହାରିବା ଭାରତକୁ ମହଙ୍ଗା ପଡ଼ିଥିଲା ଏବଂ ଇଂଲଣ୍ଡ ଏହାର ଫାଇଦା ଉଠାଇ ୫୭୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା।
  • ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କ ଦୟନୀୟ ବୋଲିଂ ଓ ଟିମ୍ ଇଂଲଣ୍ଡର ଦାୟିତ୍ୱସଂପନ୍ନ ବ୍ୟାଟିଂ ଫରକ ସୃଷ୍ଟି କରିଥିଲା। ବିଶେଷକରି ଇଂଲଣ୍ଡର ଜୋ ରୁଟ୍ ଓ ଓପ୍ନର ଡମ୍ ସିବଲେ ଚମତ୍କାର ବ୍ୟାଟିଂ କରିଥିଲେ। ସେହିପରି ବେନ୍ ଷ୍ଟୋକ୍ସଙ୍କ ୮୨ ରନର ଇନିଂସ୍ ମଧ୍ୟ ନିର୍ଣ୍ଣାୟକ ହୋଇଥିଲା। ଏହାବାଦ୍ ସବୁଠାରୁ ବଡ଼ କଥା ହେଉଛି, ଟିମ୍ ପ୍ରଥମ ଇନିଂସରେ ବଡ଼ ପାର୍ଟନରଶିପ୍ କରିବାରେ ସଫଳ ହୋଇଥିଲା।
  • ସ୍ପିନ୍ ବୋଲର୍ କମ୍ବିନେସନ୍ ଚୟନରେ ତ୍ରୁଟି, ଯାହା ଭାରତ ପାଇଁ ମହଙ୍ଗା ପଡ଼ିଥିଲା।
  • କ୍ୟାରିଅରର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଉଭୟ ଶାହାବାଜ ନଦୀମ୍ ଓ ୱାଶିଂଟନ୍ ସୁନ୍ଦରଙ୍କ ଦୁର୍ବଳ ପ୍ରଦର୍ଶନ।
  • ପ୍ରଥମ ପାଳିରେ ଇଂଲିଶ ଅଧିନାୟକ ରୁଟଙ୍କ ପ୍ରଭାବୀ ପ୍ରଦର୍ଶନ।
  • ଈଶାନ୍ତ ଶର୍ମାଙ୍କ ଚମକହୀନ କମ୍ ବ୍ୟାକ୍।
  • ରୋହିତ ଶର୍ମାଙ୍କ ଦୁର୍ବଳ ଫର୍ମ, ଆଜିଙ୍କ୍ୟ ରାହାଣେଙ୍କ ବିଫଳତା।
  • ଇଂଲିଶ ସ୍ପିନରଙ୍କୁ ଘରୋଇ ବ୍ୟାଟସମ୍ୟାନଙ୍କ ହେୟଜ୍ଞାନ।
  • ମାତ୍ରାଧିକ ଆତ୍ମବିଶ୍ୱାସ ଓ ଭ୍ରମଣକାରୀ ଦଳର ଷ୍ଟାର୍ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତିର ଅଭାବ।
  • ବୋଲିଂ ବେଳେ ଗୁଡ଼ାଏ ନୋ ବଲ୍ ସହ ଅତିରିକ୍ତ ରନ୍ ବ୍ୟୟ।

ଖାସ୍ ଏମିତି କିଛି କାରଣ ପାଇଁ ଚେନ୍ନାଇର ଚେପକରେ ଗତ ୧୪ଟି ମ୍ୟାଚରେ ଅପରାଜେୟ ଥିବା ଭାରତୀୟ ଦଳ ଶେଷରେ ମାଟି କାମୁଡ଼ିବାକୁ ବାଧ୍ୟ ହୋଇଛି।

The post ଟିମ୍ ଇଣ୍ଡିଆ କାହିଁକି ହାରିଲା ଚେନ୍ନାଇ ଟେଷ୍ଟ? appeared first on Odisha Reporter.



from Odisha Reporter https://ift.tt/370KHAn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages