ମାସ୍କ ପିନ୍ଧିବାକୁ ଭୁଲିଗଲେ, ହଠାତ୍ ଉଠି ଦୌଡ଼ିଲେ ଜର୍ମାନ ଚାନ୍ସଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ମାସ୍କ ପିନ୍ଧିବାକୁ ଭୁଲିଗଲେ, ହଠାତ୍ ଉଠି ଦୌଡ଼ିଲେ ଜର୍ମାନ ଚାନ୍ସଲର

ନୂଆଦିଲ୍ଲୀ: ସମସ୍ତଙ୍କୁ କଲବଲ କରିଛି କରୋନା। ସାଧାରଣ ଲୋକ ଠାରୁ ଆରମ୍ଭ କରି ରାଷ୍ଟ ପ୍ରମୁଖ, ସମସ୍ତଙ୍କୁ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଦେଇଛି କୋଭିଡ-୧୯।  ଏଥିପାଇଁ ଆଜିକାଲି ସମସ୍ତେ ମାସ୍କ ପିନ୍ଧୁଛନ୍ତି। ବିଶେଷ କରି ରାଜନେତା ପ୍ରମୁଖମାନେ ଜନସାଧାରଣ ଜାଗରେ ମାସ୍କ ପିନ୍ଧୁବା ଜମାରୁ ବି ଭୁଲୁ ନାହାନ୍ତି। କିନ୍ତୁ ନିକଟରେ ଜର୍ମାନ ଚାନ୍ସଲର ଏଞ୍ଜେଲା ମର୍କେଲ ଏହି ମାସ୍କକୁ ନେଇ ହଡବଡେଇ ଯାଇଛନ୍ତି। ଏପରିକି ନିଜ ବସିଥିବା ଜାଗାରୁ ଉଠି ଦୌଡିଛନ୍ତି।

ଗତ ଶୁକ୍ରବାର ଦିନ ଜର୍ମାନରେ ସଂସଦୀୟ ଅଧିବେଶନକୁ ସମ୍ବୋଧିତ କରିବା ପରେ ଜର୍ମାନ ଚାନ୍ସଲର ହଡବଡେଇ ଯାଇଥିଲେ। ପରେ ସେ ତାଙ୍କ ମୁହଁରେ ମାସ୍କ ନଥିବା ଅନୁଭବ କରିଥିଲେ। ଏହାପରେ ସେ ନିଜ ବସିଥିବା ସ୍ଥାନରୁ ଉଠି ଦୌଡି ପଳାଇଥିଲେ। ଦୌଡି ଯାଇ ପୋଡିଅମ ପାଖରେ ଭୁଲି ଯାଇଥିବା ମାସ୍କକୁ ଆଣି ସେ ପିନ୍ଧିଥିଲେ।

ଜାତୀୟ ଖବର ପ୍ରସାରଣ ସଂସ୍ଥା ରଏଟର୍ସ ଜର୍ମାନ ଚାନ୍ସଲରଙ୍କ ଏହି ସମସ୍ତ ଘଟଣାର ଭିଡିଓକୁ ଜାରି କରିଛି । ସୋଶାଲ ମିଡିଆରେ ମର୍କେଲଙ୍କ ଏହି ଭିଡିଓ ଜୋରସୋରରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ଅନେକ ଲୋକେ ମର୍କେଲଙ୍କ ଏଭଳି ମାସ୍କ ପିନ୍ଧିବା ଶୈଳୀକୁ ପସନ୍ଦ କରିଛନ୍ତି। ଏହି ଭିଡିଓ ଟିକୁ ବର୍ତ୍ତମାନ ଯାଏଁ ଏକ ମିଲିଅନରୁ ବି ଅଧିକ ଥର ଲୋକେ ଦେଖି ସାରିଲେଣି।


ସୂଚନା ଯୋଗ୍ୟ ଯେ, ଜର୍ମନାରେ କରୋନାର ନୂଆ ଷ୍ଟ୍ରେନ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ସଂସଦୀୟ ଅଧିବେଶନରେ ଜର୍ମାନ ଚାନ୍ସଲର କରୋନାକୁ ନେଇ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ନୂଆ ପଦେକ୍ଷପ ବିଷୟରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ପୁରା ବିଶ୍ୱରେ ଟିକାକରଣ କରିବା ଦ୍ୱାରା ହିଁ କରୋନା ମହାମାରୀକୁ ମୂଳପୋଛ କରାଯାଇପାରିବ। ଏଥିପାଇଁ ବିକାଶଶୀଳ ଦେଶଗୁଡିକ ସ୍ୱଂୟ ନିଜ ଦେଶ ପାଇଁ ଟିକା ଯୋଗାଇବା ଉଚିତ ବୋଲି ସେ କହିଥିଲେ।

The post ମାସ୍କ ପିନ୍ଧିବାକୁ ଭୁଲିଗଲେ, ହଠାତ୍ ଉଠି ଦୌଡ଼ିଲେ ଜର୍ମାନ ଚାନ୍ସଲର appeared first on Odisha Reporter.



from Odisha Reporter https://ift.tt/3pLy9Dr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages