ମୃତ୍ୟୁକୁ ମାତ୍‌ ଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ମୃତ୍ୟୁକୁ ମାତ୍‌ ଦେଲେ ମହିଳା

ନୂଆଦିଲ୍ଳୀ: ଦ୍ରୁତ ଗତିରେ ଟ୍ରାକ୍‌ ଉପରେ ଗଡ଼ୁଥିଲା ଟ୍ରେନ୍‌। ଆଉ ତାହା ମଝିରେ ଫସି ରହିଥିଲେ ମହିଳା। ଟ୍ରେନ୍‌ର ଛାତି ଫଟା ଗର୍ଜନ ତଳୁ ପୁଣି ଥରେ ଜୀବନ ଫେରିପାଇବେ ବୋଲି ଆଶା ମଧ୍ୟ ହରାଇ ସାରିଥିଲେ। ହେଲେ ମରଣ ମୁହଁରୁ ଫେରି ଆସିଲେ ମହିଳା। ଟ୍ରେନ୍‌ର ଗର୍ଜନ ସତ୍ତ୍ୱେ ନିଶ୍ଚଳ ହୋଇ ପଡ଼ିଥିଲେ। ଶେଷରେ ଟ୍ରାକ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ। ଏହି ଘଟଣା କେଉଁ ଷ୍ଟେଶନର ଜଣା ପଡ଼ି ନ ଥିବାବେଳେ ମହିଳାଜଣକ ରୋହତକର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଟ୍ରେନଟି ସିଗନାଲ ଅପେକ୍ଷାରେ ଷ୍ଟେସନରେ ଅଟକିଥିଲା  । ଏହି ସମୟରେ ମହିଳାଜଣଙ୍କ ଟ୍ରେନ୍ ତଳେ ପଶି ଟ୍ରାକ୍‌ ପାର ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ହଠାତ୍ ଟ୍ରେନ୍‌ଟି ଗଡିବାକୁ ଆରମ୍ଭ କଲା । ଏହାପରେ ଅନ୍ୟ ଉପାୟ ନ ପାଇ ମହିଳାଜଣଙ୍କ ଚଳନ୍ତା ଟ୍ରେନ୍ ତଳେ ଶୋଇ ପଡିଥିଲେ । ଟ୍ରେନ୍ ପାର ହେବା ପରେ ଘଟଣାସ୍ଥଳରେ ଥିବା ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ମହିଳାଜଣକ ନିଶ୍ଚିତ ମରଣମୁଖରୁ ବର୍ତ୍ତି ଯାଇଥିବା ବେଳେ ନୂଆ ଜୀବନ ଫେରି ପାଇଥିବା କହିଛନ୍ତି।

The post ମୃତ୍ୟୁକୁ ମାତ୍‌ ଦେଲେ ମହିଳା appeared first on Odisha Reporter.



from Odisha Reporter https://ift.tt/2ZsrnrK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages