ମଦ ନିଶା ଆଗରେ ହାରିଗଲା ମା’ର ମମତା, ଖଣ୍ଡାରେ ହାଣିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ମଦ ନିଶା ଆଗରେ ହାରିଗଲା ମା’ର ମମତା, ଖଣ୍ଡାରେ ହାଣିଲା ପୁଅ

ସୋର(ଶଶିକାନ୍ତ ବେହେରା): ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ପିଇ ତାକୁ ହିଁ ଖଣ୍ଡାରେ ହାଣି ଦେଲା ପୁଅ। ଏଭଳି ଏକ ବିଭତ୍ସ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ମୀରପୁର ଖଇରା ଗାଁରେ।

ଗତକାଲି ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମା’ ମଣି ଶିଅଳଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଠେଙ୍ଗା ଓ କତା ଧରି ବାପା ଓ ଭଉଣୀ ଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଲେ  ଜଗବନ୍ଧୁ । ଏହାଦେଖି ବାପା ଓ ଭଉଣି ଭୟଭୀତ ହୋଇ ଗାଁ  ଭିତରକୁ ପଳେଇ ଯାଇଥିଲେ । ପରେ ଜଗବନ୍ଧୁ ନିଜ ମା’କୁ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

କିଛି ସମୟ ପରେ ପରିବାର ଲୋକ ଘରକୁ ଫେରି ମଣି ଶିଅଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ପୁଲିସ୍‌କୁ ଖବର ଦେଇଥିଲେ। ଖଇରା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

The post ମଦ ନିଶା ଆଗରେ ହାରିଗଲା ମା’ର ମମତା, ଖଣ୍ଡାରେ ହାଣିଲା ପୁଅ appeared first on Odisha Reporter.



from Odisha Reporter https://ift.tt/3avMqQE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages