ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଏଯାଏ ଦେଶରେ ୬୦ ଲକ୍ଷରୁ ଅଧିକ ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି। ୧୩ ତାରିଖରୁ ଜାନୁଆରୀ ୧୬ରେ ଟିକା ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ।
ଏସବୁ ଭିତରେ ଭାରତ ସରକାର ଆଉ ୧୪.୫ ମିଲିୟନ କରୋନାର ଟିକାର ଡୋଜ୍ କିଣିବାକୁ ବହିନା ଦେଇଛନ୍ତି। ଏହା ମଧ୍ୟରୁ ୧୦ ମିଲିୟନ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ୪.୫ ମିଲିୟନ ଡୋଜ୍ ଅଣାଯିବ।
ଜାନୁଆରୀ ୩ରେ ଭାରତ ସରକାର ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଅଗଷ୍ଟ ସୁଦ୍ଧା ୩୦୦ ମିଲିୟନ ଲୋକଙ୍କର ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତରେ ଟିକାକରଣ ପାଇଁ ସେରମ ପକ୍ଷରୁ ଭାରତ ସରକାରଙ୍କୁ ଏଯାଏ ୧୧ ମିଲିୟନ କୋଭିସିଲ୍ଡ ଟିକାର ଡୋଜ୍ ଦିଆଯାଇଥିଲା। ଏବେ ଆଉ ୧୦ ମିଲିୟନ ଡୋଜ୍ ନେବାକୁ ସରକାର ବହିନା ଦେଇଥିବା ସେରମ ମୁଖପାତ୍ର କହିଛନ୍ତି। ସେ କହିଛନ୍ତି, ଭାରତ ସରକାର କୋଭିସିଲ୍ଡ ଟିକାକୁ ଡୋଜ୍ ପିଛା ୨୦୦ ଟଙ୍କାରେ କିଣୁଛନ୍ତି। ପ୍ରଥମ ୧୦୦ ମିଲିୟନ ଡୋଜ୍ ଏହି ଦରରେ ଯୋଗାଇ ଦିଆଯିବ।
ଅନ୍ୟପକ୍ଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ୫.୫ ମିଲିୟନ ଡୋଜ୍ ଭାରତ ସରକାର ନେଇ ସାରିଥିଲେ। ଏବେ ଆଉ ୪.୫ ମିଲିୟନ ଟିକାର ଡୋଜ୍ ନେବାକୁ ବହିନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିସିଲ୍ଡ ଟିକା କରୋନାକୁ ମାତ ଦେବାରେ ୭୨% ସକ୍ଷମ ହେଉଥିବା ପରୀକ୍ଷାରୁ ଜଣାପଡ଼ିଛି।
ତେବେ କୋଭାକ୍ସିନ ଟିକାର ପରୀକ୍ଷା ରିପୋର୍ଟ ମାର୍ଚ୍ଚ ମାସରେ ଆସିବ ବୋଲି ଜଣାପଡ଼ିଛି। ଏହି ଟିକାର ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟ ଆସି ନଥିଲେ ହେଁ ଭାରତ ସରକାର ଦେଶରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।
The post ଆଉ ୧୪.୫ ନିୟୁତ କରୋନା ଟିକାର ଡୋଜ୍ କିଣିଲା ଭାରତ appeared first on Odisha Reporter.
from Odisha Reporter https://ift.tt/3cWuq3s
No comments:
Post a Comment