ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଜୀବନ ଜୀବିକାକୁ ନେଇ ରାସ୍ତା ପାର୍ଶ୍ୱରେ ଖୋଲିଥିଲେ ପରିବା ଦୋକାନ। ହେଲେ ଏକ ଦ୍ରୁତଗାମୀ ପିକ୍ ଭ୍ୟାନ୍ ସେମାନଙ୍କ ଉପରେ ମାଡ଼ିଗଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଟାଉନ୍ ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି।
ସବୁଦିନ ପରି ମଙ୍ଗଳବାର ଇଚ୍ଛା ବାଗଙ୍କ ପରି ପରିବା ବେପାରୀମାନେ ଟିଟିଲାଗଡ଼ ନବନିର୍ମିତ ଓଭରବ୍ରିଜ୍ ତଳେ ବସି ବେପାର କରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ମାଲବାହୀ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପନିପରିବା ଦୋକାନୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଇଚ୍ଛାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ଘର ଟିଟିଲାଗଡ଼ ମଦଭାଟି ପଡାର ବୋଲି ଜଣାପଡ଼ିଛି।
ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଓଲଟାଇ ପକାଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ସେପଟେ ପିକ୍ଅପ୍ ଭ୍ୟାନ୍ ଚାଳକ ଫେରାର ହୋଇଯାଇଛି।
The post ରାସ୍ତା କଡ଼ ପରିବା ବେପାରୀଙ୍କ ଉପରେ ମାଡ଼ିଗଲା ପିକ୍ଅପ୍ ଭ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/2Nem78o
No comments:
Post a Comment