ଗୋଧ୍ରା କାଣ୍ଡ: ୧୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

ଗୋଧ୍ରା କାଣ୍ଡ: ୧୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଅହମ୍ମଦାବାଦ: ଧରାପଡିଲା ବହୁ ଚର୍ଚ୍ଚିତ ଗୋଧ୍ରା କାଣ୍ଡର ମୁଖ୍ୟ ଅଭିଯୁକ୍ତ। ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନରେ ପ୍ରାୟ ୧୯ ବର୍ଷ ତଳେ ହୋଇଥିବା ଟ୍ରେନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗୁଜରାଟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ରଫିକ୍‌ ହୁସେନ ଭଟୁକ। ତାକୁ ଗତକାଲି ପୁଲିସ ଗୋଧ୍ରାରୁ ହିଁ ଧରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ମୁତାବକ, ଯେଉଁମାନେ ଗୋଧ୍ରା ଟ୍ରେନ ପୋଡି ଘଟଣାର ଷଡଯନ୍ତ୍ର ରଚିଥିଲେ ସେହି ଗୋଷ୍ଠୀର ମୁଖ୍ୟ ଥିଲେ ରଫିକ୍‌ ହୁସେନ। ତେବେ ସେ ଗତ ୧୯ ବର୍ଷ ଧରି ଫେରାର ଥିଲା। ଗୁଇନ୍ଦା ରିପୋର୍ଟ ମିଳିବା ପରେ ଗୋଧ୍ରା ଷ୍ଟେସନ ନିକଟରେ ଥିବା ଏକ ଘର ଉପରେ ଗତକାଲି ପୁଲିସ ଚଢ଼ାଉ କରି ତାକୁ ଗିରଫ କରିଛି।

ସୂଚନା ମୁତାବକ, ଟ୍ରେନର ବଗିକୁ ଜାଳିବା ପାଇଁ ପେଟ୍ରୋଲ ବ୍ୟବହାର ହୋଇଥିଲା । ହିଂସାକୁ ଉସକାଇବା ଓ ଷଡଯନ୍ତ୍ର ରଚିବାରେ ରଫିକର ବଡ ହାତ ଥିଲା। ତା ବିରୋଧରେ ହତ୍ୟା ଓ ଦଙ୍ଗା ସୃଷ୍ଟି କରିବା ଭଳି ଧାରା ଲାଗିଛି । ସେ ସେହି ସମୟରେ ଷ୍ଟେସନରେ ଏକ ଶ୍ରମିକ ଭାବେ କାମ କରୁଥିଲା। ଯେତେବେଳେ ଟ୍ରେନରେ ପଥର ମାଡ କରି ନିଆଁ ଲଗାଯାଇଥିଲା ସେତେବେଳେ ରଫିକ୍ ମଧ୍ୟ ଏଥିରେ ସାମିଲ ଥିଲା । କିନ୍ତୁ ଏହାପରଠୁ ରଫିକ୍ ଫେରାର ହୋଇ ଦିଲ୍ଲୀରେ ଲୁଚିଥିଲା ।

ଗୁଜୁରାଟରେ ୨୦୦୨ ଫେବ୍ରୁଆରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନରେ କାରସେବକଙ୍କ ଟ୍ରେନକୁ ଜାଳି ଦିଆଯାଇଥିଲା । ଏଥିରେ ମୋଟ୍ ୫୯ କାରସେବକ ପ୍ରାଣ ହରାଇଥିଲେ । ଏହାପରେ ୨୦୦୨ରେ ଗୁଜୁରାଟ ଦଙ୍ଗା ହୋଇଥିଲା ।

The post ଗୋଧ୍ରା କାଣ୍ଡ: ୧୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ appeared first on Odisha Reporter.



from Odisha Reporter https://ift.tt/3rUUy2Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages