ନୂଆଦିଲ୍ଲୀ: ସକାଳୁ ସକାଳୁ କପେ ଗରମାଗରମ ଚା କିମ୍ବା କଫି ପିଇଗଲେ ପୂରା ଦିନଟା ଫ୍ରେଶ,ଫ୍ରେଶ ଲାଗେ। କିନ୍ତୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରର ବୋଲି ଲୋକଙ୍କ ମନରେ ଧାରଣା ରହିଛି। କିନ୍ତୁ ଆଜି ଏପରି ଭ୍ରାନ୍ତ ଧାରଣା ମନରୁ ଦୂର କରି ଜାଣିବା କଫିରୁ ଶରୀରକୁ ମିଳିବାକୁ ଥିବା ଫାଇଦା ବିଷୟରେ ।
–ସକାଳେ କଫି ପିଇବା ଦ୍ୱାରା କେବଳ ଯେ ଫ୍ରେଶ ଲାଗେ ତାହା ନୁହେଁ, ଏହାଦ୍ୱାରା ଡିମେନଶିଆରୁ ମଧ୍ୟ ବହୁ ମାତ୍ରାରେ ମୁକ୍ତି ମିଳିଥାଏ। ରିସର୍ଚ୍ଚ ମୁତାବକ, କଫିରେ ଥିବା ମସ୍କିଷ୍କରେ ମହଜୁଦ ଥିବା ଏଞ୍ଜାଇମ୍ସକୁ କେଫିନରୁ ଶକ୍ତି ମିଳିଥାଏ ଏବଂ ଏହା ସ୍ନାୟୁକୋଷକୁ ରକ୍ଷା କରିଥାଏ।
– ଡିପ୍ରେସନ ଦୂର କରିଥାଏ କଫି। ଏଥିସହ ରେଗୁଲାଗ କଫି ସେବନ କରୁଥିବା ଲୋକଙ୍କର ସୁଇସାଇଡ କରିବା ରିସ୍କ ମଧ୍ୟ କମିଥାଏ। ହାବର୍ଡ ସ୍କୁଲ ଅଫ୍ ପବ୍ଲିକ ହେଲଥ ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ମହିଳା ଦିନକୁ ୪ କପ୍ କିମ୍ବା ତା’ଠୁ ଅଧିକ କଫି ପିଅନ୍ତି ସେମାନେ ଡିପ୍ରେସନର ଶିକାର କମ୍ ହୁଅନ୍ତୁ। ଅର୍ଥାତ ଡିପ୍ରେସନର ଶିକାର ହେବା ଆଶଙ୍କା ଆହୁରି ୨୦ ପ୍ରତିଶତ କମିଯାଏ।
–ଏକ କପ୍ କଫିରେ ୧.୮ ଗ୍ରାମ ଫାଇବର ଥାଏ। ଦିନ ସାରା ୨୦ରୁ ୩୮ ଗ୍ରାମ ଫାଇବର ଗ୍ରହଣ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେଣୁ କଫି ସେବନ କରୁଥିବା ଲୋକ ଏହାଦ୍ୱାରା ନିୟମିତ ଭାବେକିଛି ଫାଇବର ପାଇପାରିଥାନ୍ତି।
– ୨୦୧୫ରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଦିନ ସାରା ୪ କପ୍ରୁ ଅଧିକ କଫି ପିଇବା ଦ୍ୱାରା ବହୁ ଗମ୍ଭୀର ବେମାରରୁ ରକ୍ଷା ମିଳିପାରିବ। ରୋଗ ବଢ଼ିବାର କାରଣ ସାଜୁଥିବା ନ୍ୟୁରଲ ଇଂଫ୍ଲେମେଶନକୁ ରୋକିଥାଏ କଫି।
–କେଫିନ୍ରେ ଥିବା ତତ୍ତ୍ୱ ଶରୀରରେ ଚର୍ବି କମାଇଥାଏ। ବହୁ ରିସର୍ଚ୍ଚରୁ ସାବ୍ୟସ୍ତ ହୋଇସାରିଛି କି କେଫିନ୍ ଶରୀରରେ ୩ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ମେଟାବାଲିକ ରେଟ୍କୁ ବୁଷ୍ଟ କରିଥାଏ।
–ଅନ୍ୟ ଏକ ରିସର୍ଚ୍ଚରୁ ଜଣାପଡ଼ିଛି, କେଫିନ୍ ଦ୍ୱାରା ମୋଟା ଲୋକଙ୍କ ଶରୀରରେ ୧୦ ପ୍ରତିଶତ ଓ ଦୁର୍ବଳ ଲୋକଙ୍କ ଶରୀରରେ ୨୯ ପ୍ରତିଶତ ଫ୍ୟାଟ୍ ବର୍ଣ୍ଣ ହୋଇଥାଏ।
The post ଡିପ୍ରେସନ ଦୂର କରିବ କଫି, ଜାଣନ୍ତୁ ଆଉ କ’ଣ ମିଳିବ ଫାଇଦା appeared first on Odisha Reporter.
from Odisha Reporter https://ift.tt/3jQwU4P
No comments:
Post a Comment