ଆଜି ଚାଷୀଙ୍କ ଚକା ଜାମ୍ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ଆଜି ଚାଷୀଙ୍କ ଚକା ଜାମ୍ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଚାଷୀ । ଆଜି ସାରା ଦେଶରେ ଚକା ଜାମ୍‌ର ଆହ୍ୱାନ ଦିଆଯାଇଛି।  ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏ ୩ ଘଣ୍ଟା ପାଇଁ ଏହି ଚକା ଜାମ୍ କରାଯିବ । ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି ଚକା ଜାମ୍ କରାଯିବ ନାହିଁ ।

କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ପ୍ରାୟ ୪ ମାସ ହେଲା ଜାରି ରହିଛି । କେନ୍ଦ୍ର ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳ ବାହାରି ନାହିଁ । ବରଂ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି । କେନ୍ଦ୍ର ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଇନ ପ୍ରତ୍ୟାହାର ଜିଦ୍‌ରେ ଅଟଳ ରହିଛନ୍ତି ଚାଷୀ । ଦୁଇ ପକ୍ଷ ନିଜ ନିଜ  ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ରାସ୍ତା ବାହାରି ନାହିଁ ।

ଦିଲ୍ଲୀ ସୀମା ସିଂଘୁରେ ଏବେ ବି ଧାରଣାରେ ବସିଛନ୍ତି ଚାଷୀ । ଗାଜିପୁରରେ ମଧ୍ୟ ସେମାନେ ଏକଜୁଟ ହୋଇ ରହିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସବୁ ସମ୍ବେଦନଶୀଳ ସ୍ଥାନ ଉପରେ ରହିଛି ନଜର । ଲାଲକିଲ୍ଲାରେ ଯେଭଳି ପରିସ୍ଥିତି ସୃଷ୍ଟି ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି  । ଚକା ଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଆଦିକୁ ଅଟକା ଯିବ ନାହିଁ ବୋଲି ସଂୟୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି।  ସେପଟେ ଚାଷୀ ଆନ୍ଦୋଳନକୁ ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ ଜଣାଇଛି।

 

The post ଆଜି ଚାଷୀଙ୍କ ଚକା ଜାମ୍ ଆନ୍ଦୋଳନ appeared first on Odisha Reporter.



from Odisha Reporter https://ift.tt/2N4jiX5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages