ମୋବାଇଲ ଓ ଟିଭି ରିଚାର୍ଜ ନାଁରେ କୋଟି କୋଟି ଟଙ୍କାର ଠକେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ମୋବାଇଲ ଓ ଟିଭି ରିଚାର୍ଜ ନାଁରେ କୋଟି କୋଟି ଟଙ୍କାର ଠକେଇ

କଟକ(ଓଡ଼ିଶା ରିପୋର୍ଟର): ଲୋଭନୀୟ ଅଫର ଦେଇ ମୋବାଇଲ ଓ ଟିଭି ରିଚାର୍ଜ ନାଁରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସାଙ୍ଗଭି ନାମକ ଏକ ଘରୋଇ ସଂସ୍ଥା ବିରୋଧରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ସଂପୃକ୍ତ ସଂସ୍ଥା ‘ରିଚାର୍ଜ ଓଡ଼ିଶା’ ନାଁରେ ଅଫର ଦେଇ ଏହି ଠକେଇ କରିଛି । ସମ୍ପୂକ୍ତ ସଂସ୍ଥାର ଏମ୍‌ଡି ଫେରାର ହୋଇଯାଇଥିବା ବେଳେ ଏଜେଣ୍ଟ ଏନେଇ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ରେ କଟକ ବୈୟାଳିଶ ମୌଜାରେ ଏହି ସଂସ୍ଥା କାର୍ଯ୍ୟାଳୟ ଖୋଲି ସେବା ଯୋଗାଉଥିଲା । ବିଏସ୍ଏନ୍ଏଲ୍ ଓ ଜିଓ ମୋବାଇଲରେ ୯୯୯ ଟଙ୍କା ରିଚାର୍ଜ କଲେ ବର୍ଷେ ପର୍ଯ୍ୟନ୍ତ ଦୈନିକ ଅନଲିମିଟେଡ୍ କଲ୍ ସହ ୨ ଜିବି ଡାଟା ଯୋଗାଇବାକୁ ଲୋଭ ଦେଖାଉଥିଲା । ସେହିପରି ୧୪୯୯ ଟଙ୍କାର DTH ରିଚାର୍ଜ କଲେ ବର୍ଷ ସାରା ମାଗଣା ଟିଭି ଦେଖିପାରିବେ ବୋଲି ମଧ୍ୟ ଲୋଭନୀୟ ଅଫର ଦେଇଥିଲା। ଗ୍ରାହକଙ୍କଠାରୁ ରିଚାର୍ଜ ବାବଦ ଟଙ୍କା ଆଣିଲେ ଏଜେଣ୍ଟଙ୍କୁ କମିଶନ ମିଳିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା କଂପାନି ।

ପ୍ରାୟ ୨ ଲକ୍ଷ ଗ୍ରାହକଙ୍କଠାରୁ ବର୍ଷେ ରିଚାର୍ଜ ପାଇଁ ଟଙ୍କା ନେଇ କିଛି ଗ୍ରାହକଙ୍କର ୨ରୁ ୩ ମାସ ପାଇଁ ମୋବାଇଲ ଓ ଟିଭି ରିଚାର୍ଜ କରିଥିଲା ସଂସ୍ଥା । ଏହାପରେ ସଂପୃକ୍ତ କଂପାନିରେ ତାଲା ପକାଇ ସଂସ୍ଥାର ଏମ୍‌ଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । କେବଳ ଓଡ଼ିଶା ନୁହେଁ କୋଲକାତାରେ ବି ସଂପୃକ୍ତ ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ସଂସ୍ଥା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।

The post ମୋବାଇଲ ଓ ଟିଭି ରିଚାର୍ଜ ନାଁରେ କୋଟି କୋଟି ଟଙ୍କାର ଠକେଇ appeared first on Odisha Reporter.



from Odisha Reporter https://ift.tt/3jiLQs9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages