କୁହୁଡି ହେଲା କାଳ, ଚାଲିଗଲା ୬ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

କୁହୁଡି ହେଲା କାଳ, ଚାଲିଗଲା ୬ ଜୀବନ

ଲକ୍ଷ୍ନୌ: କାଳ ସାଜିଲା ଘନ କୁହୁଡି। କାର୍ ଓ ଟ୍ରାକ ମଧ୍ୟରେ ଧକ୍କା ହେବା ଫଳରେ ଚାଲିଗଲା ୬ ଜୀବନ। ଆଜି ସକାଳୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ପୂରାପୁରି ନଷ୍ଟ ହୋଇଯାଇଛି। କାର୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ମୃତଦେହଗୁଡିକ କାର୍‌ ଭିତରୁ ବାହାର କରିଛି ପୁଲିସ।

ଏହି ଦୁର୍ଘଟଣାଟି କନୌଜ ତାଲଗ୍ରାମ ପୁଲିସ ଷ୍ଟେସନ ନିକଟରେ ଘଟିଛି। କୁହାଯାଉଛି ଯେ, କାର୍‌ରେ ଥିବା ସମସ୍ତ ବ୍ୟକ୍ତି ଲକ୍ଷ୍ନୌ ଅଞ୍ଚଳର । ଏମାନେ ସକାଳୁ ବାଲାଜୀ ଦର୍ଶନ ପାଇଁ ଯାଉଥିଲେ। ତେବେ ଘନ କୁହୁଡି ଯୋଗୁଁ ରାସ୍ତା ଭଲଭାବେ ଦୃଶ୍ୟମାନ ହୋଇନଥିଲା। ଫଳରେ ଦ୍ରୁତଗତିରେ ଆସୁଥିବା କାର୍‌ଟି ଟ୍ରକ ପଛପଟେ ବାଡେଇ ହୋଇଥିଲା।

ଘଟଣାସ୍ଥଳରେ ହିଁ ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ସୂଚନା ମୃତକଙ୍କ ସମ୍ପର୍କୀୟଙ୍କୁ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି।

The post କୁହୁଡି ହେଲା କାଳ, ଚାଲିଗଲା ୬ ଜୀବନ appeared first on Odisha Reporter.



from Odisha Reporter https://ift.tt/3b7frkK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages