ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିହାରରେ ଲାଗୁ ହେବ ବ୍ରହ୍ମପୁରର ସରକାରୀ ଆଇଟିଆଇ ମଡେଲ। ବ୍ରହ୍ମପୁର ସରକାରୀ ଆଇଟିଆଇର ପାଠପଢ଼ା ଏବଂ ସ୍କ୍ରାପ୍ରେ ବିଭିନ୍ନ ମଡେଲ ତିଆରି କରିବାର ଶୈଳୀ ନେଇ ସାରା ଦେଶରେ ପ୍ରଶଂସିତ ହେବା ପରେ ବିହାରର ସ୍କିଲ ଡେଭେଲପ୍ମେଣ୍ଟ ସିଇଓଙ୍କ ସମେତ ୧୧ଟି ଆଇଟିଆଇର ପ୍ରିନ୍ସିପାଲ ବ୍ରହ୍ମପୁର ପରିଦର୍ଶନରେ ଆସିଥିଲେ। ଆଇଟିଆଇ ପରିସରରେ ହୋଇଥିବା ସମସ୍ତ କାମକୁ ତନ୍ନ ତନ୍ନ କରି ଦେଖିଥିଲେ।
ସ୍କ୍ରାପ୍ ମ୍ୟୁଜିୟମ୍, ରୋବୋଟିକ୍ସ ଲ୍ୟାବ, ଏଲଇଡି ବଲବ୍ ତିଆରି ଲାବ୍, କରୋନା ବେଳେ ତିଆରି କରାଯାଇଥିବା ନୂଆ ମେସିନ୍ ସହ ପ୍ରାକ୍ଟିକାଲ ଲ୍ୟାବ୍କୁ ବୁଲି ଦେଖିଥିଲେ। ସ୍କ୍ରାପ୍ ମେଟାଲରେ ତିଆରି ହୋଇଥିବା ସୁନ୍ଦର ସୁନ୍ଦର ଛୋଟବଡ଼ ପ୍ରତିକୃତି ଗୁଡ଼ିକ ଦେଖି ଆଚମ୍ବିତ ହୋଇଥିଲେ ଏହି ୧୧ ଜଣିଆ ଟିମ୍ । ଏପରିକି କିଭଳି ଏହି ଜିନିଷଗୁଡ଼ିକ ତିଆରି କରାଯାଉଛି, ସେ ସମ୍ପର୍କରେ ଲ୍ୟାବ୍ରେ ଟ୍ରେନିଂ ନେଉଥିବା ଶିକ୍ଷାର୍ଥୀଙ୍କୁ ପଚାରି ବୁଝିଥିଲେ। ଏଥିସହ ପଢ଼ା ଓ ପ୍ରାକ୍ଟିକାଲକୁ କିଭଳି ସେମାନଙ୍କୁ ଶିକ୍ଷା ଦିଆଯାଉଛି ତାହା ବି ପଚାରି ବୁଝିଥିଲେ। ଏଠାକାର ପଢ଼ା ଓ ଟ୍ରେନିଂ ଶୈଳୀ ଉନ୍ନତ ହୋଇଥିବାରୁ ଆଗାମୀ ଦିନରେ ଏହାକୁ ବିହାରର ଆଇଟିଆଇରେ ଲାଗୁ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଆଇଟିଆଇର ଏହି ସ୍କ୍ରାପ୍ ମ୍ୟୁଜିୟମ ପାର୍କ ଏସିଆର ସର୍ବବୃହତ ପାର୍କର ମାନ୍ୟତା ପାଇଛି। ଏହାଦ୍ୱାରା ଅବ୍ୟବହୃତ ଜିନିଷର ସଠିକ୍ ବିନିଯୋଗ କରାଯାଇପାରିଛି, ଯାହାକି ପରିବେଶ ଅନୁକୂଳ ଅଟେ। ଏହାଦ୍ୱାରା ଏହି ଅନୁଷ୍ଠାନର ପିଲାଙ୍କୁ ବହୁଦେଶୀୟ କମ୍ପାନୀରେ ଉଚ୍ଚବେତନରେ ଚାକିରୀ ମିଳିବା ନିମନ୍ତେ ପଥ ପରିଷ୍ପର ହୋଇପାରିଛି। ଏହାବ୍ୟତୀତ ସେମାନେ ନିଜେ ମଧ୍ୟ ସ୍ୱାବଲମ୍ବୀ ଭାବେ ବେପାର ଆରମ୍ଭ କରିପାରିବେ। କେବଳ ବ୍ରହ୍ମପୁର ନୁହେଁ ଓଡ଼ିଶାର ଏକ ଥିମ୍ ପାର୍କ ରୂପେ ଏହା ଗଣାଯାଉଛି।
The post ବିହାରରେ ଲାଗୁ ହେବ ବ୍ରହ୍ମପୁର ମଡେଲ appeared first on Odisha Reporter.
from Odisha Reporter https://ift.tt/3ae43nE
No comments:
Post a Comment