ଘାରିଛି ଅଜଣା ଭୟ, ରାତାରାତି ଠିକଣା ବଦଳାଉଛନ୍ତି ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଘାରିଛି ଅଜଣା ଭୟ, ରାତାରାତି ଠିକଣା ବଦଳାଉଛନ୍ତି ସରପଞ୍ଚ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): “ପ୍ରାୟ ୩ ମାସ ପୂର୍ବେ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଲା।  ଡ୍ରେସ ୩ ଶହ, ବୁଟ୍‌ ୩ଶହ ଦେବାକୁ କହିଲେ ଅପର ପାର୍ଶ୍ୱର ବ୍ୟକ୍ତି । ଏହାପରେ ପୁଣି ଥରେ ଫୋନ୍‌ କରି ୬ ଲକ୍ଷ ଦେବାକୁ କହିଲେ। ଏ ନେଇ କାହାକୁ କହିଲେ ମାରିଦେବାକୁ ଧମକ ଦେଲେ। ତେଣୁ ଜୀବନ ବଞ୍ଚାଇ ପରିବାର ସହ ୩ ମାସ ହେଲା ଗାଁ ଛାଡ଼ିଲିଣି। କଲେକ୍ଟର, ଏସ୍‌ପି, ସମସ୍ତଙ୍କୁ ଗୁହାରୀ କରି ସାରିଛି। ହେଲେ କିଛି ସୁଫଳ ପାଇନି। ଶେଷରେ ମୁଖ୍ୟମନ୍ତ୍ରୀ, ଡିଆଇଜିଙ୍କୁ ଦୁଃଖ ଜଣାଇବି। କିଛି ପଦକ୍ଷେପ ନ ନେଲେ ପରିବାର ସହ ଆତ୍ମାହୁତି ଦେବି।” ଏପରି ଚେତାବନୀ ଦେଇଛନ୍ତି ମନେରେଗାରେ କର୍ମନିଯୁକ୍ତି ପାଇଁ କେନ୍ଦ୍ର ସ୍ତରରେ ପୁରସ୍କୃତ ହୋଇଥିବା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍  କସନ୍ଦି ସରପଞ୍ଚ ରଘୁନାଥ ଖରା।

ରଘୁନାଥଙ୍କ ନିକଟକୁ  କିଛି ମାସ ତଳେ ଏକ ଅଜଣା ମୋବାଇଲ ନମ୍ବରରୁ ନକ୍ସଲ ନାଁରେ ଧମକ ଆସିବା ପରେ ବଦଳି ଯାଇଛି ତାଙ୍କ ଜୀବନର ରୂପରେଖ। ଘରଦ୍ୱାର ଥାଇ ବି ପରିବାର ସହ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ରଘୁନାଥ। ନା ରହିବାର ଠିକଣା ଅଛି ନା ଖାଇବାର । ନକ୍ସଲମାନେ ଏପରି ଧମକ ଦେଇଥିବା ସନ୍ଦେହ କରି ରାତାରାତି ଠିକଣା ବଦଳାଉଛନ୍ତି ରଘୁନାଥ। କେବେ କୋରାପୁଟ ତ କେବେ ସେମଲିଗୁଡା। ଏହା ଦିନେ,  ଦୁଇ ଦିନର କଥା ନୁହେଁ। ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ହେବ ଏପରି ଭାବେ ଜୀବନ କାଟୁଛନ୍ତି ରଘୁନାଥ ଓ ତାଙ୍କ ପରିବାର ସଦସ୍ୟ।

ଏନେଇ ରଘୁନାଥ କହିଛନ୍ତି,   ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଲା।  ଡ୍ରେସ ୩ ଶଡ, ବୁଟ୍‌ ୩ଶହ ଦେବାକୁ କହିଲେ। ଏହାପରେ ପୁଣି ଥରେ ଫୋନ୍‌ କରି ୬ ଲକ୍ଷ ଦେବାକୁ କହିଲେ। ଏହାପରେ ଥରକୁ ଥରକୁ ଫୋନ୍‌ କରି ଧମକାଇବାକୁ ଲାଗିଲେ। କାହାକୁ କହିଲେ ମାରିଦେବାକୁ ଧମକ ଦେଲେ। ଶେଷରେ ୩ ମାସ ହେଲା ଗାଁ ଛାଡ଼ିଲାଣି। କଲେକ୍ଟର, ଏସ୍‌ପି, ସମସ୍ତଙ୍କୁ ଗୁହାରୀ କରି ସାରିଛି। ଏହାପରେ ମୁଖ୍ୟମନ୍ତ୍ରୀ, ଡିଆଇଜିଙ୍କୁ ଦେଖା କରିବୁ। କିଛି ସମାଧାନ ନ ହେଲେ ଆତ୍ମାହୁତି ଦେବୁ।”

ଏନେଇ ସରପଞ୍ଚ ନିଜ ପରିବାର ସହ ନନ୍ଦପୁର ଥାନାଧିକାରୀ, ନନ୍ଦପୁର ଏସଡିପିଓ , କୋରାପୁଟ ଏସ୍‌ପି , ଜିଲ୍ଲାପାଳ , ଡିଆଇଜିଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । କୋହଭରା କଣ୍ଠରେ ରଘୁନାଥଙ୍କ ପତ୍ନୀ କହିଛନ୍ତି, ଘର ଦ୍ୱାର ଛାଡ଼ି ବାର ଦୁଆର ହେଉଛୁ। ନ୍ୟାୟ ନ ମିଳିଲେ ଆମେ ଆତ୍ମହତ୍ୟା କରିବୁ।

ଏନେଇ ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି, ତଦନ୍ତ ଚାଲିଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତ ଧରାପଡ଼ିଯିବେ।

The post ଘାରିଛି ଅଜଣା ଭୟ, ରାତାରାତି ଠିକଣା ବଦଳାଉଛନ୍ତି ସରପଞ୍ଚ appeared first on Odisha Reporter.



from Odisha Reporter https://ift.tt/3rpXQea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages