ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଛି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଛି: ବିଜେପି

ମାହାଙ୍ଗା(ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ବିଜେପି ହତ୍ୟା ଅଭିଯୋଗ ଆଣିଛି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ।

ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, ପ୍ରଘଟ ଆଶଙ୍କାରେ ହତ୍ୟା ହୋଇଛି ବୋଲି ପ୍ରକାଶ ବେହେରା ଅଭିଯୋଗ ଆଣିଛନ୍ତି। କିଛି ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି ପ୍ରକାଶ କହିଛନ୍ତି। କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିବା ବେଳେ ଆଜି ହଠାତ୍‌ ରହସ୍ୟଜନକ ଭାବେ ତାଙ୍କର ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଗତକାଲି ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ‌ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍‌। ହେଲେ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଅଧୀନ ନୂଆ ବନ୍ଦାଳ ଛକ ନିକଟରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ପୁଲିସ୍ ମୃତଦେହକୁ ଜବତ କରି କଟକ ଏସ୍‌ସିବିରେ ରଖିଛି। ହେଲେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା। ତେବେ ଟାଙ୍ଗୀ ପୁଲିସ୍ ଉପସ୍ଥିତିରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ।

ସୂଚନାଯୋଗ୍ୟ, ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍‌ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଅଭିଯୁକ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। କୁଳମଣିଙ୍କ ପୁଅ ରମାକାନ୍ତ ୧୩ ଜଣଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 

The post ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଛି: ବିଜେପି appeared first on Odisha Reporter.



from Odisha Reporter https://ift.tt/36Nb5xs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages