ଚୋର ଧରିବାକୁ ଯାଇଥିଲା ପୁଲିସ୍‌, ଛେଚିଲେ ଗାଁ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ଚୋର ଧରିବାକୁ ଯାଇଥିଲା ପୁଲିସ୍‌, ଛେଚିଲେ ଗାଁ ଲୋକ

ଅନୁଗୁଳ(ବିରଜା ଦାସ): ଚୋର ଧରିବାକୁ ଯାଇ ବହେ ଛେଚା ଖାଇଲେ ପୁଲିସ୍‌ ବାବୁ । ଏକ ଚୋରି ମାମଲାରେ ଜଣକୁ ଧରି ଥାନାକୁ ଆଣିଲା ବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା । ପୁଲିସ୍‌ ନେଇ ଆସୁଥିବା ଅଭିଯୁକ୍ତ ଜଣକ ପିଲାଚୋର ଭାବି ଲୋକେ ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଏପରିକି ସାଧା ପୋଷାକଧାରୀ ପୁଲିସ୍‌ ଟିମ୍ ଉପରେ ବି ଆକ୍ରମଣ କରିବାକୁ ପଛାଇନଥିଲେ ।

ସ୍ଥାନୀୟ ବାସିନ୍ଦାଙ୍କ ଖବର ଅନୁସାରେ, ସଂଯପଡା ଗାଁରେ ଯାଇଥିବା ପାଇପ ଲାଇନରୁ ୪ଜଣ ତେଲ ଚୋରି କରୁଥିବା ଅଭିଯୋଗ ପାଇବା ପରେ ୩ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିଲା ପୁଲିସ୍‌ ।  ଅନ୍ୟଜଣଙ୍କୁ ଉଠାଇ ଆଣିବା ପାଇଁ ଆମନା ଗାଁକୁ ସାଧା ପୋଷାକରେ ଯାଇଥିଲା। ସେଠାରୁ ଅଭିଯୁକ୍ତକୁ କାବୁ କରି ଫେରିବା ବେଳେ ଏମିତି ଅପ୍ରିତିକର ପରିସ୍ଥିତିର ସମ୍ମୁଖିନ ହୋଇଥିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକେ ଆକ୍ରମଣ ସହ ପୁଲିସ୍‌ ଗାଡିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କିନ୍ତୁ ପୁଲିସ୍‌ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

The post ଚୋର ଧରିବାକୁ ଯାଇଥିଲା ପୁଲିସ୍‌, ଛେଚିଲେ ଗାଁ ଲୋକ appeared first on Odisha Reporter.



from Odisha Reporter https://ift.tt/3jtyfhM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages