ରବିବାର ପୁଅ ସହ କଥା ହୋଇଥିଲି, ଆଉ ଫୋନ୍‌ ଲାଗୁନି: ଶାନ୍ତିଲତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ରବିବାର ପୁଅ ସହ କଥା ହୋଇଥିଲି, ଆଉ ଫୋନ୍‌ ଲାଗୁନି: ଶାନ୍ତିଲତା

ଭଦ୍ରକ(ପାର୍ଥସାରଥୀ ନାୟକ):“ଧନଲୋ ମୋ ପୁଅକୁ କିଏ ମୋତେ ଫେରାଇ ଦିଅ। ମୋ ପୁଅ କେମିତି  ଘରକୁ ଫେରିବ, ମୁଁ କିଛି ଜାଣିପାରୁନି।  ସୁରୁଖୁରରେ ସେ ମୋ’ ପାଖକୁ ଫେରି ଆସୁ। । ମୁଁ କାହାକୁ ଗୁହାରି କରିବି। କାହାକୁ ଦୁଃଖ ଜଣାଇବି କିଛି ଜାଣିନି। ଖାଲି ମୋ ପୁଅ ମୋ ପାଖରେ ପହଞ୍ଚୁ।” ରବିବାରଠୁ ପୁଅ ନିଖୋଜ ଖବର ପାଇବା ପରଠୁ ବୁକୁ ଫଟା କ୍ରନ୍ଦନ କରି ଏପରି ନେହୁରା ହେଉଛନ୍ତି ନାଗାର୍ଜୁନ ଦାସଙ୍କ ମା’ ଶାନ୍ତିଲତା ଦାସ।

ଶାନ୍ତିଲତା କହିଛନ୍ତି, ମୋ ପୁଅ ଉତ୍ତରାଖଣ୍ଡରେ କ୍ରେନ ଚଲାଉଥିଲା।  ରବିବାର ସକାଳ ୧୦ଟାରେ କଥା ହୋଇଥିଲି। ପଚାରିଲା, ବୋଉ କ’ଣ କରୁଛୁ, ଖାଇସାରିଲୁଣି। ତା’ ପରଠୁ କଥା ହୋଇନି। କିଏ କହୁଛି ଭୁମିକମ୍ପ ହେଲା, ତ କିଏ କହୁଛି ସୁନାମୀ ହେଲା। ଆମେ କିଛି ଜାଣିନୁ, କ’ଣ ହୋଇଛି। ମୋତେ ଖାଲି କିଏ ମୋ ପୁଅକୁ ଫେରାଇ ଦିଅ।

ଗତ ରବିବାର ଉତ୍ତରାଖଣ୍ଡର ଚମୋଲିରେ ହୋଇଥିବା ହିମସ୍ଖଳନ ପରଠୁ ସେଠାରେ କାମ କରୁଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କର କୌଣସି ପତ୍ତା ମିଳୁନି। ଏପରିକି ତାଙ୍କ ମୋବାଇଲ ସୁଇଚ ଅପ୍‌ ରହିଛି। ପୁଅର କୌଣସି ଖୋଜ ଖବର ନ ପାଇ ପାଗଳ ପ୍ରାୟ ବିଳାପ କରୁଛନ୍ତି ପରିବାର ଲୋକ। ଏପରିକି ଏହି ପ୍ରଳୟକୁ ୩ ଦିନ ବିତିବାକୁ ବସିଥିଲେ ବି ନାଗାର୍ଜୁନଙ୍କ ଖୋଜ ଖବର ମିଳିପାରୁନି।

ପୁଅ ଫେରିବା ବାଟକୁ ଅନାଇ ରହିଛନ୍ତି ନିଖୋଜ ନାଗାର୍ଜୁନଙ୍କ ପରିବାର ଲୋକ।

ଏନେଇ ତାଙ୍କ ବାପା କହିଛନ୍ତି, ୬ ବର୍ଷ ହେଲା ମୋ ପୁଅ ଉତ୍ତରାଖଣ୍ଡରେ କାମ କରୁଛି।  କାର୍ତ୍ତିକ ମାସରେ ତା’ର ପୁଅଟେ ହୋଇଥିଲା। ସେତେବଳେ ଘରକୁ ଶେଷ ଥର ପାଇଁ ଆସିଥିଲା। ଗତ ରବିବାର ସକାଳ ୧୦ଟାରେ ଫୋନ୍‌ କରିଥିଲା। ଏହାପରଠୁ ତା’ର ଫୋନ୍‌ ଲାଗୁନି। ଆମେ ଆଉ ପୁଅର ଖୋଜ ଖବର ପାଉନୁ।

ସୂଚନାଯୋଗ୍ୟ, ନାଗାର୍ଜୁନ ଉତ୍ତରାଖଣ୍ଡରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଦେଢ ବର୍ଷ ପୂର୍ବେ ନାଗାର୍ଜୁନ ବିବାହ କରିଥିବା ବେଳେ ତାଙ୍କର ଏକ ୩ ମାସର ପୁଅ ଅଛି।

ଏନେଇ ତାଙ୍କ ସାନଭାଇ ଶଶିକାନ୍ତ ଦାସ କହିଛନ୍ତି, ରବିବାର ରାତିରେ ଫୋନ୍‌ ଆସିଲା। ତା’ ସାଙ୍ଗ ଫୋନ୍‌ କରି କହିଲା, ତୋ ଭାଇ ଅସୁବିଧାରେ ଅଛି, ଆମେ ସେଠାକୁ ଯିବା। ପୁଣି ସୋମବାର ସକାଳେ ଫୋନ୍‌ କରି ମଧ୍ୟ ସମାନ କଥା ଦୋହରାଇଲା।  ଆମେ ଆଉ ଭାଇର ପତ୍ତା ପାଉନୁ। ତା’ ଫୋନ୍‌ ଲାଗୁନି। ସେ କାମ କରୁଥିବା ଠିକାଦାରର ଫୋନ୍‌ ବି ଲାଗୁନି।

ଚମୋଲିରେ  ହୋଇଥିବା ହିମସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଏ ଯାବତ ୨୬ ମୃତଦେହ ଉଦ୍ଧାର ହୋଇସାରିଲାଣି। ଏବେବି ୧୯୭ ଲୋକଙ୍କ ପତ୍ତା ମିଳୁନି। ଏକ ଡ୍ୟାମର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୩୦ରୁ ଅଧିକ ଲୋକଙ୍କୁ ବାହାର କରିବା ଲାଗି ଜୋରଦାର ଅଭିଯାନ ଚାଲିଛି । ଚାମୋଲିର ତପୋବନରେ ଥିବା ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁଁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇଯାଇଛି । ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଛନ୍ତି  । ମାଟି ଓ ଆବର୍ଜନା ସଫା କରି ଶ୍ରମିକଙ୍କୁ ବାହାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି ।

The post ରବିବାର ପୁଅ ସହ କଥା ହୋଇଥିଲି, ଆଉ ଫୋନ୍‌ ଲାଗୁନି: ଶାନ୍ତିଲତା appeared first on Odisha Reporter.



from Odisha Reporter https://ift.tt/3q20zKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages