ଓଡ଼ିଶାରେ ପଶି ତେଲଗୁ ପଢ଼ାଉଛି ଆନ୍ଧ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ଓଡ଼ିଶାରେ ପଶି ତେଲଗୁ ପଢ଼ାଉଛି ଆନ୍ଧ୍ର

କୋରାପୁଟ(ଓଡ଼ିଶା ରିପୋର୍ଟର) ଓଡିଶା ଭିତରେ ଅନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ତେଲୁଗୁ ଭାଷାରେ ଚାଲିଛି ଶିକ୍ଷାଦାନ।  କୋଟିଆ ପଞ୍ଚାୟତର ପାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଘରେ ଚାଲିଛି ସ୍କୁଲ୍।  ଏଥିପାଇଁ ଆନ୍ଧ୍ରପକ୍ଷରୁ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି।  ସେଠାରେ ଏବେ ୧୭ଜଣ ପାଠପଢୁଛନ୍ତି।  ପ୍ରଥମଶ୍ରେଣୀରେ ୪ଜଣ, ଦ୍ୱିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ଅଛନ୍ତି।  ଏହି ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ରସରକାରଙ୍କ ପକ୍ଷରୁ ଆମା ଓଡି ଯୋଜନା

ଅର୍ଥାତ୍ ମା କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। ଏଥିସହ ମାଗଣାରେ ବହିପତ୍ର, ଡ୍ରେସ୍ ଓ ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଭାବକମାନେ କହିଛନ୍ତି। ସେପଟେ  ଖାଲି କୋଟିଆ ନୁହେଁ କୋରାପୁଟର ପଟାଙ୍ଗି ପଂଚାୟତର ଗଲିଗବଦରରୁ ବି ଭୋଟ୍ ନେଇଛନ୍ତି ଆନ୍ଧ୍ର ସରକାର।  ପ୍ରାୟ ୭୦ଜଣ ଭୋଟର ଗତ ଶୁକ୍ରବାର ଓଡିଶା ପାର ହୋଇ ସାରିକି ପଂଚାୟତରେ ଭୋଟ ଦେଇଥିଲେ ।  ଏନେଇ ଜଣାପଡିବା ପରେ ପଟାଙ୍ଗି ତହସିଲଦାର ଗଲିଗବଦର ଗାଁକୁ ଯାଇଥିଲେ । ଗାଁର ପ୍ରାୟ ୭୦ଜଣ ଭୋଟର ଭୋଟ ଦେଇଥିବା ପୂର୍ବତନ ସରପଂଚ ସୁନୀଲ ଖରା ସୂଚନା ଦେଇଛନ୍ତି।  ସେପଟେ ଓଡିଶାର ରାଜସ୍ୱ ଗ୍ରାମରେ ଆନ୍ଧ୍ର ଭୋଟର ସୃଷ୍ଟି କରିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

The post ଓଡ଼ିଶାରେ ପଶି ତେଲଗୁ ପଢ଼ାଉଛି ଆନ୍ଧ୍ର appeared first on Odisha Reporter.



from Odisha Reporter https://ift.tt/3u1p5hr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages