ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା କଏଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା କଏଦୀ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ଜଣେ ମହିଳା। ଏଥିନିମନ୍ତେ ମଥୁରା ଜେଳ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ୨୦୦୮ ମସିହାର ଏକ ମାମଲାରେ ଶବନମ ନାମ୍ନୀ ମହିଳାଙ୍କୁ ଫାଶୀ ଦିଆଯିବ। ଏଥିନିମନ୍ତେ ତାରିଖ ଘୋଷଣା ହୋଇ ନ ଥିବା ବେଳେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିବା ଜହ୍ଲାଦ ପବନ ହିଁ ଶବନମଙ୍କୁ ଫାଶୀ ଦେବେ।

ଅମରୋହ ସହରର ଶବନମ ୨୦୦୮ ମସିହାରେ ନିଜ ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହାପରଠୁ ଜେଲ୍‌ର ୪ କାନ୍ଥ ଭିତରେ ରହିଥିବା ଶବନମଙ୍କୁ ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନିରାଶ ହେବାକୁ ପଡ଼ିଛି। ଶେଷରେ ରାଷ୍ଟ୍ରପତିଙ୍କ ନିକଟରୁ ଜୀବନ ଭିକ୍ଷା କରିଥିବା ଶବନମଙ୍କୁ ସେଠାରୁ ମଧ୍ୟ ନିରାଶା ମିଳିଛି।   ଶବନମଙ୍କ ଆବେଦନକୁ ରାଷ୍ଟ୍ରପତି  ଖାରଜ କରି ଦେବା ପରେ ତାଙ୍କୁ ଫାଶୀ ଦେବା ବାଟ ପରିଷ୍କାର ହୋଇଯାଇଛି।

ବିହାରର ବକ୍ସରରୁ ରଶି ମରାଯାଇଥିବା ବେଳେ ଫାଶୀ ପ୍ରକିୟାରେ ଯେପରି କୌଣସି ବାଧା ନ ଉପୁଜେ, ସେଥିନିମନ୍ତେ ଜେଲ୍‌ ପ୍ରଶାସନ ସବୁ ପ୍ରସ୍ତୁତି ସାରିଛନ୍ତି। ଜହ୍ଲାଦ ପବନ ଫାଶୀ ଘରର ନିରୀକ୍ଷଣ ମଧ୍ୟ କରି ସାରିଛନ୍ତି।

ମଥୁରାରେ ପ୍ରାୟ ୧୫୦ ବର୍ଷ ପୂର୍ବେ ମହିଳା ଫାଶୀ ଘର ନିର୍ମିତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ। ଏନେଇ ମଥୁରା ଜେଲ୍‌ ଅଧିକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ କହିଛନ୍ତି, ଏ ପର୍ଯ୍ୟନ୍ତ ଶବନମଙ୍କୁ ଫାଶୀ ଦିଆଯିବା ନିମନ୍ତେ   କୌଣସି ତାରିଖ ଘୋଷଣା କରାଯାଇ ନ ଥିବା ବେଳେ କୌଣସି ଆଦେଶ ମଧ୍ୟ ଆସି ନାହିଁ।

The post ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା କଏଦୀ appeared first on Odisha Reporter.



from Odisha Reporter https://ift.tt/2Ne8VR5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages