ମୁମ୍ବାଇ: ଦେଶରେ ପୁଣି ଥରେ ମହାମାରୀ କରୋନା ସଂକ୍ରମଣକୁ ନେଇ ସୃଷ୍ଟି ହୋଇଛି ଆତଙ୍କ। ପୁଣି ଉପର ମୁହାଁ ହୋଇଛି ମହାମାରୀ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ପଞ୍ଜାବ ଓ ମଧ୍ୟପ୍ରେଦଶରେ ଏହି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇରେ ସର୍ବାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟି ରଖି ମୁମ୍ବାଇ ମହାନଗର ନିଗମ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି।
ବିଏମସି ପକ୍ଷରୁ ୧୩୦୫ଟି ବିଲ୍ଡିଂ ସିଲ୍ କରାଯାଇଛି। ସେହିପରି ଅନେକ ରେସ୍ତୋରାଁରେ ଚଢ଼ାଉ ମଧ୍ୟ ହୋଇଛି। ଶନିବାର ବାନ୍ଦ୍ରା ସ୍ଥିତି ତିନିଟି ରେସ୍ତୋରାଁ ଏବଂ ଗୋଟିଏ କ୍ଲବରେ ବିଏମସି ଚଢ଼ାଉ କରିଛି। ଏହି ସବୁ ସ୍ଥାନରେ ଲୋକେ ମାସ୍କ ଏବଂ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମୋଟା ଅଙ୍କର ଚାଲାଣ କାଟିଛି।
ସେହିପରି ବିଲ୍ଡିଂ ଗୁଡିକ ପାଇଁ ମୁମ୍ବାଇ ମହାନଗର ନିଗମ ଗାଇଡଲାଇନ ଜାରି କରିଛି। କୌଣସି ବିଲ୍ଡିଂରେ ୫ କିମ୍ବା ଏହାଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ବିଲ୍ଡିଂ ସିଲ୍ କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ବଢ଼ୁଥିବା କରୋନାର ନୂଆ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସଜାଗ ହୋଇପଡିଛନ୍ତି। ରାଜ୍ୟବାସୀଙ୍କୁ ବିନା ମାସ୍କରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି।
ସେପଟେ ଶନିବାର ଦେଶରେ କରୋନା ଟିକାକରଣ ଅଭିଯାନ ୩୬ ଦିନରେ ପହଞ୍ଚିଥିବା ବେଳେ ମୋଟ ୧କୋଟି ୮ଲକ୍ଷ ୩୮ ହଜାର ୩୨୩ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୭୨,୬୬, ୬୫୩ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ୩୬,୧୧, ୬୭୦ ଜଣ ପ୍ରଣ୍ଟଲାଇନ ୱର୍କର ଅଛନ୍ତି।
The post ବଢ଼ିଲା କରୋନା ଗ୍ରାଫ, ୧୦୦୦ରୁ ଅଧିକ ବିଲ୍ଡିଂ ସିଲ୍ appeared first on Odisha Reporter.
from Odisha Reporter https://ift.tt/3k8EcAU
No comments:
Post a Comment