ତୈମୁରକୁ ମିଳିଲା ସାନ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ତୈମୁରକୁ ମିଳିଲା ସାନ ଭାଇ

ମୁମ୍ବାଇ: ପୁଣି ମା’ ହେଲେ ବଲିଉଡ ବେବୋ। କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ ଖୁସି ହେବା ସହ ଶୁଭେଚ୍ଛା ପଠାଇଛନ୍ତି। ସେପଟେ ନିଜ ସାନ ଭାଇକୁ ସ୍ୱାଗତ କରିବା ପାଇଁ କରୀନାଙ୍କ ବଡ ପୁଅ ତୈମୁର ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି।

ସାନ ଭାଇକୁ ସ୍ୱାଗତ କରିବା ପାଇଁ କରୀନାଙ୍କ ବଡ ପୁଅ ତୈମୁର ମଧ୍ୟ ପ୍ରସ୍ତୁତ ଅଛନ୍ତି।

ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ଫ୍ୟାନ୍ସମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କରିନା କାମ କରିବା ଜାରି ରଖିଥିଲେ ।ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ।

ଏପରିକି କାମ କରିବା ଦ୍ୱାରା ପେଟରେ ବଢୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି କହିଥିଲେ କରିନା କପୁର । ଏବେ ସେ ପୁଣି ଥରେ ମାତୃତ୍ୱ ଲାଭ କରିଛନ୍ତି । ଏହାସହ ତାଙ୍କର ବଡ ପୁତ୍ର ତୈମୁରଙ୍କୁ ଏକ ଭାଇ ମିଳି ଯାଇଛି । କେବଳ ଫ୍ୟାନ୍ସ ନୁହେଁ ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କରିନା ଓ ସୈଫ ଉଭୟ ଗତ ବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି କହିଥିଲେ କରିନା ।

The post ତୈମୁରକୁ ମିଳିଲା ସାନ ଭାଇ appeared first on Odisha Reporter.



from Odisha Reporter https://ift.tt/2NJaJl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages