ଜର୍ଦା ଡବାରେ ଲାଗୁଥିଲା ନାମିଦାମୀ ଲେବଲ, ଭିତରେ ମାଲ୍‌ କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ଜର୍ଦା ଡବାରେ ଲାଗୁଥିଲା ନାମିଦାମୀ ଲେବଲ, ଭିତରେ ମାଲ୍‌ କିନ୍ତୁ…

ଖୋର୍ଦ୍ଧା(ବଳରାମ ଲେଙ୍କା): ପୂର୍ବରୁ ବଡ଼ ବଡ଼ ସହରରୁ ନକଲି ସସ୍‌, ଘିଅ, ତେଲ, ଥଣ୍ଡା ପାନୀୟ ଆଦି ଜବତ ହେବା ପରେ ଏବେ ଗ୍ରାମାଭିମୁଖି ହୋଇଛନ୍ତି ନକଲି ସାମଗ୍ରୀ ବ୍ୟବସାୟୀ। ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ୨ଟି ସ୍ଥାନରୁ  ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  STF ଟିମ୍ ଓ ବେଗୁନିଆ ପୁଲିସ୍‌ ମିଳିତ ଭାବେ ଦୁଇଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଜର୍ଦା ଜବତ କରିଛନ୍ତି। 

STF ଟିମ୍‌ ଇନ୍ସପେକ୍ଟର ସୁନିତା ପ୍ରଧାନ ଏବଂ ବେଗୁନିଆ ପୁଲିସ୍‌ ମିଳିତ ଭାବେ ପିଚୁକୁଳିଠାରେ ଚଢ଼ାଉ କରି ବେଗୁନିଆ ନୂଆସାହିର ମାନସ ପୃଷ୍ଟି ନାମକ ବ୍ୟକ୍ତିଙ୍କ ଘରୁ ନକଲି ଜର୍ଦା, ଡବା,ଗୋପାଳ, ଲେବୁଲ, ଜର୍ଦା ପଟି ଆଦି ଜବତ କରାଯାଇଛି।

ଏହାବ୍ୟତୀତ ପିଚୁକୁଳିର ମନୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ନକଲି ଜର୍ଦା ଜବତ ହୋଇଛି।  ଉଭୟଙ୍କୁ ଆଣି ବେଗୁନିଆ ଥାନାରେ ଅଟକ ରଖିଛି ପୁଲିସ୍‌ । କେବଳ ଖୋର୍ଦ୍ଧା ନୁହେଁ, ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଜବତ ହୋଇଛି ନକଲି ଜର୍ଦ୍ଦା।

ଏ ସମ୍ପର୍କରେ ବେଗୁନିଆ ଆଇଆଇସି  ରଶ୍ମିରଞ୍ଜନ ସାହୁ କହିଛନ୍ତି, STF ଭୁବନେଶ୍ୱର ଓ ବେଗୁନିଆ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ମାନସ ପୃଷ୍ଟିଙ୍କ ଘରୁ ନକଲି ଜର୍ଦା, ଡବା,ଗୋପାଳ, ଲେବୁଲ, ଜର୍ଦା ପଟି ଆଦି ଜବତ କରାଯାଇଛି। ମାମଲା ରୁଜୁ କରାଯାଇଛି। ଖାଲି ଡବାରେ ନାମିଦାମୀ କମ୍ପାନୀର ଲେବଲ ଲଗାଇ ସେ ଏହାକୁ ବଜାରକୁ ଛାଡ଼ୁଥିଲେ। ସେହିପରି ପିଚୁକୁଳିର ମନୋଜ କୁମାର ସାହୁଙ୍କ  ଘରୁ ମଧ୍ୟ ବହୁ ନକଲି ଜର୍ଦା ଜବତ ହୋଇଛି।

 

The post ଜର୍ଦା ଡବାରେ ଲାଗୁଥିଲା ନାମିଦାମୀ ଲେବଲ, ଭିତରେ ମାଲ୍‌ କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/3rEJfMf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages