ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): କଣାସ ବ୍ଲକ ସହନା ଗାଁରେ ଗତକାଲି ଏକ ଅଘଟଣ ଘଟି ଯାଇଥିବା ଜଣାଯାଇଛି। ଏକ ବିବାହ ଭୋଜି ଖାଇ ପ୍ରାୟ ଶତାଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ବିବାହ ଭୋଜି ଖାଇବା ପରେ ଅଧିକାଂଶଙ୍କର ଝାଡ଼ାବାନ୍ତି ହେଉଥିବା ସୂଚନା ମିଳିଛି। ଅଧିକାଂଶ ଅସୁସ୍ଥ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନ ସମୟରେ ସହନା ଗାଁରେ ଏକ ବିବାହ ଭୋଜି ଥିଲା। ଏହି ଭୋଜିକୁ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ସମସ୍ତେ ଭୋଜି ଖାଇ ଯିବା ପରେ ରାତିରେ କିଛି ଜଣଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। କ୍ରମଶଃ ଏହି ସଂଖ୍ୟା ବଢ଼ିବାକୁ ଲାଗିଲା।
ଅସୁସ୍ଥମାନଙ୍କୁ କଣାସ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ମେଡିକାଲରେ ଆଡମିଟ କରାଯାଇଥିବା ବେଳେ ବହୁ ଜଣଙ୍କୁ ମେଡିସିନ ଦିଆଯାଇ ଛାଡ଼ି ଦିଆଯାଇଛି। ଏହି ସଂଖ୍ୟା ଆଜି ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି।
The post ଦିନରେ ଖାଇଲେ ବିବାହ ଭୋଜି, ରାତିରେ ହେଲା ଝାଡ଼ାବାନ୍ତି appeared first on Odisha Reporter.
from Odisha Reporter https://ift.tt/2YMSgGB
No comments:
Post a Comment