ଭିଡିଓ ଅପଲୋଡ କରି ଗିରଫ ହେଲେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଭିଡିଓ ଅପଲୋଡ କରି ଗିରଫ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ କରିବା ପଡିଲା ମହଙ୍ଗା। ଗିରଫ ହେଲେ ଅଲ୍ଟ ବାଲାଜୀ ଟଲେ ଫିଲ୍ମ ୱେବସିରିଜ ‘ଗନ୍ଦି ବାତ’ ଅଭିନେତ୍ରୀ ଗହନା ବଶିଷ୍ଟ। ତାଙ୍କୁ ଆଜି ମୁମ୍ବାଇ ପୁଲିସ ଗିରଫ କରିଛି। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପର୍ଣ୍ଣ ଭିଡିଓ ଅପଲୋଡ କରିବା ଅଭିଯୋଗରେ ତାଙ୍କୁ ମୁମ୍ବାଇ କ୍ରାଇମବ୍ରଞ୍ଚର ପପର୍ଟି ସେଲ ଗିରଫ କରିଛି।

ୱେବସାଇଟ ପାଇଁ ପର୍ଣ୍ଣ ଭିଡିଓ ସୁଟ କରିବା ଓ ଅପଲୋଡ଼ କରିବା ନେଇ ଗହନାଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୁଲିସ ତାଙ୍କ ଅନ୍ୟ ମଡେଲ, ସହଯୋଗୀ କଳାକାର ଓ ଅନ୍ୟ କିଛି ପ୍ରଡକ୍ସନ ହାଉସ ସମ୍ପର୍କରେ ମଧ୍ୟ ତଦନ୍ତ କରୁଛି ଯେଉଁମାନଙ୍କ ବିରୋଧରେ ଆଡଲ୍ଟ ଫିଲ୍ମ ମୋବାଇଲ ଆପ୍ ଓ ୱେବସାଇଟରେ ଅପଲୋଡ଼ କରିବା ଅଭିଯୋଗ ହୋଇଛି।

ସୂତ୍ର ଅନୁଯାୟୀ, ଗହନାଙ୍କ ନିଜର ପ୍ରଡକ୍ସନ ହାଉସ ଥିଲା, ଯେଉଁଠାରେ ୱେବ ସିରିଜ ଓ ଧାରାବାହିକ ନାଁରେ ପର୍ଣ୍ଣ ଭିଡିଓ ତିଆରି ହେଉଥିଲା ଓ ଇଣ୍ଟରନେଟରେ ଅପଲୋଡ଼ ହେଉଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିଲା। ମୁମ୍ବାଇ ପୁଲିସ ମଲାଡ-ମାଲୱାନୀ ଅଞ୍ଚଳରେ ଥିବା ଗ୍ରୀନ ପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି। ଘର ଭିତରରୁ ଦୁଇ ଜଣ ଅଭିନେତା, ଜଣେ ଲାଇଟମ୍ୟାନ ଓ ଜଣେ ମହିଳା ଫଟୋଗ୍ରାଫରଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ସେ ୮୭ଟି ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ଶୁଟିଂ କରିଛନ୍ତି ଓ ୱେବସାଇଟରେ ଅପଲୋଡ଼ କରିଛନ୍ତି। ଏହି ୱେବସାଇଟରେ କଣ୍ଟେଣ୍ଟ ଦେଖିବାକୁ ସବ୍ସକ୍ରିପସନ୍ ନେବାକୁ ପଡିଥାଏ। ସବ୍ସକ୍ରିପସନ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିଥାଏ। ଅଶ୍ଳୀଳ ଫିଲ୍ମ ଜରିଆରେ ଗହନା ଓ ତାଙ୍କ ଟିମ ବହୁତ ଟଙ୍କା ରୋଜଗାର କରିଥିବା ସୂଚନା ମିଳିଛି।

ଗହନା ବଶିଷ୍ଟ ପୂର୍ବରୁ ୮୦ଟି ବିଜ୍ଞାପନ, ୭ଟି ୱେବସିରିଜ ଓ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ସେ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

The post ଭିଡିଓ ଅପଲୋଡ କରି ଗିରଫ ହେଲେ ଏହି ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/36RfGPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages