ପିଟୁଛନ୍ତି ପନ୍ତ, ସାଙ୍ଗରେ ଅଛନ୍ତି ପୂଜାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ପିଟୁଛନ୍ତି ପନ୍ତ, ସାଙ୍ଗରେ ଅଛନ୍ତି ପୂଜାରା

ଚେନ୍ନାଇ: ସିନିୟର ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦମ୍ ଦେଖାଇଛନ୍ତି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ତାଙ୍କୁ ଭରପୂର ସହାୟତା କରୁଛନ୍ତି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା। ଇଂଲଣ୍ଡର ୫୭୮ ରନର ବିଶାଳ ସ୍କୋର ଜବାବରେ ଭାରତ ଏକ ସମୟରେ ୭୩ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ପୂଜାରାଙ୍କୁ ସାଥ୍ ଦେଇଥିଲେ ପନ୍ତ।

ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ବ୍ୟାଟିଂ ଜାରି ରଖିଥିବା ବେଳେ ପନ୍ତ କ୍ରିଜକୁ ଆସିବା ମାତ୍ରକେ ନିଜର ଚିରାଚରିତ ଢଙ୍ଗରେ ଦ୍ରୁତ ରନ୍ ଚାଲିଛନ୍ତି। ଏହିପରି ଭାବେ ପନ୍ତ ମାତ୍ର ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ଭାରତ ଉପରୁ ସାମାନ୍ୟ ଚାପ ହଟାଇଛନ୍ତି। ରିପୋର୍ଟ ଲେଖା ହେଲା ଭାରତ ୪ ୱିକେଟ୍ ହରାଇ ବେଳକୁ ପନ୍ତ ୫୮ ବଲରେ ୬୮ ରନରେ ବ୍ୟାଟିଂ କରୁଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ୭ ଚୌକା ଓ ୪ ଛକା ସାମିଲ୍ ଅଛନ୍ତି। ଶେଷ ଖବର ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୧୭୨ ରନ୍ କରିଛି।

ଅନ୍ୟପଟେ ପୂଜାରା ନିଜର ଅଭିଜ୍ଞତାର ଫାଇଦା ଉଠାଇ ଅର୍ଦ୍ଧଶତକ ମାରିଛନ୍ତି। ପୂଜାରା ୫୭ (୮ ଚୌକା) ରନରେ ବ୍ୟାଟିଂ କରୁଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର୍ ଓ ଡମ୍ ବେସ୍ ୨ଟି ଲେଖାଏ ସଫଳତା ପାଇଛନ୍ତି।

The post ପିଟୁଛନ୍ତି ପନ୍ତ, ସାଙ୍ଗରେ ଅଛନ୍ତି ପୂଜାରା appeared first on Odisha Reporter.



from Odisha Reporter https://ift.tt/3aEDk2J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages