ଚାଇନାର ଝୋଙ୍ଗଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ହେଲେ ଅମ୍ବାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ଚାଇନାର ଝୋଙ୍ଗଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ହେଲେ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଫର୍ମକୁ ଫେରିଛନ୍ତି। ସେ ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ୧ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଚଳିତ ସପ୍ତାହରେ ବ୍ୟବସାୟୀମାନେ ବଡ଼ଧରଣର ଘାଟା ସହିଥିଲେ ହେଁ ତେଲ ଠାରୁ କେମିକାଲ ବ୍ୟବସାୟ କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।

ଏବେ ଅମ୍ବାନୀଙ୍କ(net worth of $80 billion) ୮୦ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଫଳରେ ସେ ଚାଇନାର ବ୍ୟବସାୟୀ ଝୋଙ୍ଗ ଶାନଶନଙ୍କୁ ପଛରେ ପକାଇ ଏସିଆର ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଝୋଙ୍ଗଙ୍କ କମ୍ପାନୀ ଚଳିତ ସପ୍ତାହରେ ପ୍ରାୟ ୨୦%ରୁ ଅଧିକ କ୍ଷତି ସହିଛି। ଏହି କାରଣରୁ ଝୋଙ୍ଗଙ୍କ ନେଟ୍‌ ୱର୍ଥ ବା ସମ୍ପତ୍ତି ୭୬.୬ ବିଲିୟନ ଡଲାରକୁ ଖସି ଆସିଛି। ଅର୍ଥାତ ଗତ ସପ୍ତାହ ତୁଳନାରେ ତାଙ୍କ ସମ୍ପତ୍ତିରେ ୨୨.୨ ବିଲିୟନ ଡଲାର ହ୍ରାସ ଘଟିଛି।

ବିଗତ ୨ ବର୍ଷ ଧରି ଅମ୍ବାନୀ ଏସିଆ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ୧ନଂ ସ୍ଥାନରେ ରହି ଆସୁଥିଲେ। ସେ ଜ୍ୟାକ ମାଙ୍କ ଆଲିବାବା ଗ୍ରୁପ୍‌କୁ ବି ପଛରେ ପକାଇ ଦେଇଥିଲେ। ତେବେ ଝୋଙ୍ଗଙ୍କ ଦୁଇଟି କମ୍ପାନୀ ଅଧିକ ଲାଭ ପାଇବାରୁ ୨୦୨୦ ଡିସେମ୍ବର ଓ ୨୦୨୧ ଆରମ୍ଭରୁ ସେ ଅମ୍ବାନୀଙ୍କୁ ପଛରେ ପକାଇ ୧ନଂ ସ୍ଥାନରେ ପହଞ୍ଚି ଯାଇଥିଲେ। ସେହିପରି ବିଶ୍ୱ ଧନୀ ତାଲିକାର ୬ଷ୍ଠ ସ୍ଥାନ ଦଖଲ କରିଥିଲେ।

ଅନ୍ୟପକ୍ଷରେ ଅମ୍ବାନୀ ଏନର୍ଜି କ୍ଷେତ୍ରରୁ ଦୂରେଇ ଯାଇ ତାଙ୍କ ସାମ୍ରାଜ୍ୟକୁ ବୈଷୟିକ ଓ ଇ-ବାଣିଜ୍ୟରେ ଆଗକୁ ନେବାକୁ ଚେଷ୍ଟା ଆରମ୍ଭ କରିଥିଲେ। ଗତବର୍ଷ ସେ ରିଲାଏନ୍ସର ଡିଜିଟାଲ୍ ଓ ଖୁଚୁରା ୟୁନିଟ୍ ଗୁଡ଼ିକର ଶେୟାରକୁ ୨୭ ବିଲିୟନ ଡଲାର ମୂଲ୍ୟରେ ଗୁଗଲ୍ ଏବଂ ଫେସବୁକ୍ ଇନକୁ ବିକ୍ରି କରି ଦେଇଥିଲେ। ଗୁଗଲ ଓ ଫେସବୁକ ମଧ୍ୟ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ରେ ପୁଞ୍ଜିନିବେଶ କରିଥିଲେ। ଏହାଦ୍ୱାରା ତାଙ୍କ କମ୍ପାନୀଙ୍କୁ ୧୮ ବିଲିୟନ ଡଲାର ଲାଭ ହୋଇଥିଲା।

The post ଚାଇନାର ଝୋଙ୍ଗଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ହେଲେ ଅମ୍ବାନୀ appeared first on Odisha Reporter.



from Odisha Reporter https://ift.tt/3uB8wZH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages