ବ୍ରହ୍ମପୁର/ବନିକା (ଓଡ଼ିଶା ରିପୋର୍ଟର): ଜଳିଗଲା ୪ ବଖରା ଘର। ତା’ସହ ପୋଡି ପାଉଁଶ ହୋଇଗଲା ୪ଟି ବାଇକ। ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଝାଡାଙ୍କୁଲି ଗାଁରେ ଘଟିଛି ଏଭଳି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘରେ ଲୋକେ ଶୋଇଥିବା ବେଳେ ନିଆଁ ଲାଗିଥିଲା। ଫଳରେ ଲୋକ ଭୟରେ ବାହାରକୁ ଚାଲିଆସିଥିଲେ। ଦେଖୁଦେଖୁ ନିଆଁ ଏତେ ବଢ଼ିଯାଇଥିଲା ଯେ, ୪ ଛପର ଘର ପୂରା ପୋଡି ପାଉଁଶ ହେବା ସହ ପାଖରେ ଥିବା ୪ଟି ବାଇକ ମଧ୍ୟ ନଷ୍ଟ ହୋଇଯାଇଛି।
ଝାଡ଼ାଙ୍କୁଲି ଦକ୍ଷିଣ ସାହିରେ ଏଭଳି ଘଟଣା ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ କେଉଁ କାରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡରେ ଥିବା ଏକ ହୋଟେଲରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି। ବସଷ୍ଟାଣ୍ଡରେ ଥିବା ସାହୁ ହୋଟେଲରେ ଗୋଟିଏ ଗ୍ୟାସ ଟାଙ୍କି ସରିବା ପରେ ପୁଣି ଆଉ ଗୋଟିଏ ଟାଙ୍କି ବଦଳାଇଥିଲେ ହୋଟେଲ ମାଲିକ I ହେଲେ ଟାଙ୍କିରୁ ଗ୍ୟାସ ଲିକ ହୋଇ ହଠାତ ସେଥିରେ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା I
ନିଆଁ ଲାଗିଯିବାରୁ ହୋଟେଲର ମିଠା ସାମଗ୍ରୀ ସହ ଫ୍ରିଜ ଏବଂ ବିଭିନ୍ନ ପ୍ରକାରର ମିଠା ସବୁ ପୋଡି ପାଉଁଶ ହୋଇଯାଇଛି I ଖବର ପାଇ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
The post ୪ ବାଇକ ସହ ଜଳିଗଲା ୪ ବଖରା ଘର appeared first on Odisha Reporter.
from Odisha Reporter https://ift.tt/2ZUHKxr
No comments:
Post a Comment