ସୁଡ଼ଙ୍ଗ ଭିତରୁ ମିଳିଲା ୫ ମୃତଦେହ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ସୁଡ଼ଙ୍ଗ ଭିତରୁ ମିଳିଲା ୫ ମୃତଦେହ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ: ଗତ ସପ୍ତାହରେ ଉତ୍ତରାଖଣ୍ଡର ଚମୋଲିରେ ହିସ୍ଖଳନ ପରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ଅନେକ ଲୋକ ଭାସି ଯାଇଥିଲେ। ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟାରେ ୪୩ରେ ପହଁଚିଛି। ତପୋବନର ସୁଡ଼ଙ୍ଗ ଭିତରୁ ମିଳିଛି ଆଉ ୫ ମୃତଦେହ। ରେସକ୍ୟୁ ଅପରେସନ ସମୟରେ ରବିବାର ଏହି ୫ ମୃତଦେହ ଉଦ୍ଧାର ହୋଇଛି।

ପୂର୍ବରୁ ଶୁକ୍ରବାର ଦିନ ଗୋଟିଏ ମୃତଦେହ ମିଳିଥିଲା।  ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି ଟନେଲରେ ଖନନ କାର୍ଯ୍ୟ ୧୩୬ ମିଟର ଯାଏଁ ହୋଇଛି । ନିଖୋଜ ଥିବା ୨୦୪ଲୋକଙ୍କ ମଧ୍ୟରୁ ୩୮ ମୃତଦେହ ମିଳିଛି । ଏହାସହ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ତେବେ ଆଜି ଆଉ ୫ଟି ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଟନେଲ ମଧ୍ୟରୁ ବିଭିନ୍ନ ଭଗ୍ନାଶ ହଟାଯାଉଛି । କିଛି ଲୋକ ଏବେବି ଟନେଲ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଚମୋଲିରେ ହିମସ୍ଖଳନ ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ଗାଁ ସହ ଯୋଗାଯୋଗ ବିଭିନ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଆଇଟିବିପି ଯବାନମାନେ ରିଲିଫ୍ କ୍ୟାମ୍ପ ଲଗାଇଛନ୍ତି । ଏହାସହ ଲୋକଙ୍କୁ ଜରୁରୀ ଦ୍ରବ୍ୟ ସହ ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି ।

The post ସୁଡ଼ଙ୍ଗ ଭିତରୁ ମିଳିଲା ୫ ମୃତଦେହ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3tTxvHs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages