ପରିକିୟା ପ୍ରିତୀରୁ ଚାଲିଥିଲା କଳହ, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ପରିକିୟା ପ୍ରିତୀରୁ ଚାଲିଥିଲା କଳହ, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପରକିୟା ପ୍ରିତୀ ସନ୍ଦେହରୁ ସମ୍ପର୍କରେ ଦେଖାଦେଲା ଫାଟ। ଏପରିକି ସ୍ୱାମୀ ସ୍ତ୍ରୀ କଳି ଚରମ ସୀମାରେ ପହଞ୍ଚିଲା। ଶେଷରେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ । ହେଲେ ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀ କିନ୍ତୁ ସ୍ୱାମୀ ଜଳୁଥିବା ଦେଖି ବଞ୍ଚାଇବାକୁ ଯାଇ ଆଖି ବୁଜିଛନ୍ତି।  ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି। ମୃତା ମହିଳା ହେଲେ ବନ୍ଦିତା ମଲ୍ଲିକ। ଏଥିରେ ତାଙ୍କ ସ୍ୱାମୀ ଶୈଳେନ୍ଦ୍ର ମଲ୍ଲିକ ଗୁରୁତର ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମେଡିକାଲ ସମ୍ମୁଖରେ ପରିବାର ଲୋକ ଓ ପୁଲିସ୍‌।

ସ୍ୱାମୀର ପରକିୟା ପ୍ରୀତି ଘଟଣାକୁ ନେଇ ଗତକାଲି ଦିନ ସାରା ଶୈଳେନ୍ଦ୍ର ଓ ବନ୍ଦିତାଙ୍କ ମଧ୍ୟରେ କଳହ ଲାଗି ରହିଥିଲା।  ପ୍ରାୟ ମଧ୍ୟ ରାତ୍ରରେ କଳି ଉଗ୍ର ରୂପ ନେଇଥିଲା। ଏହାପରେ ଉତ୍ୟକ୍ତ  ଶୈଳେନ୍ଦ୍ର ନିଜ ଦେହରେ କିରାସିନି ଢାଳି ସ୍ତ୍ରୀ ସାମ୍ନାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ  ସ୍ୱାମୀ କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ନିଜେ ମଧ୍ୟ ଗୁରୁତର ହୋଇପଡ଼ିଥିଲେ ।

ଗୁରୁତର ପତିପତ୍ନୀଙ୍କୁ କଟକ ନିଆଯାଉଛି।

ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର କଟକରେ ପହଞ୍ଚିବା ପୂର୍ବରୁ ବନ୍ଦିତା ଆଖି ବୁଜି ଦେଇଥିବା ବେଳେ ଶୈଳେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

The post ପରିକିୟା ପ୍ରିତୀରୁ ଚାଲିଥିଲା କଳହ, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3tUzpHL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages