ଚେପକରେ ମଧିୁର ପ୍ରତିଶୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

ଚେପକରେ ମଧିୁର ପ୍ରତିଶୋଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାନ୍ ଭେନ୍ୟୁରେ ସାମର୍ଥ୍ୟ ଅନୁସାରେ ପ୍ରଦର୍ଶନ ଦେଇ ଟେଷ୍ଟ ସିରିଜରେ ଓପନିଂ ମ୍ୟାଚରେ ହାରିଥିବା ବିରାଟ ବାହିନୀ ରୁଟଙ୍କ ଇଂଲଣ୍ଡ ବିପକ୍ଷରେ ନେଇଛି ମଧୁର ପ୍ରତିଶୋଧ। ଚେନ୍ନାଇର ଚେପକରେ ମାଷ୍ଟର କାର୍ଡ ରବି ଅଶ୍ୱିନ୍ ପ୍ରଥମ ଇନିଂସରେ ଓ ଦ୍ୱିତୀୟ ଇନିଂସରେ ଡେବ୍ୟୁଟାଣ୍ଟ୍ ଅକ୍ସର ପଟେଲଙ୍କ ବିଧ୍ୱଂସୀ ସ୍ପେଲ୍ ପାଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛି ଭ୍ରମଣକାରୀ ଦଳ।

ପ୍ରଥମ ଇନିଂସରେ ୧୩୪ ରନରେ ଅଲଆଉଟ୍ ହୋଇଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୧୬୪ ରନ୍‌ରେ ଅଟକି ଯାଇଥିଲା। ଫଳରେ ୪୮୨ ରନର ଟାର୍ଗେଟ ପିଛା କରୁଥିବା ରୁଟ୍ ବାହିନୀ ବିଜୟ ଠାରୁ ୩୧୭ ରନ୍ ପଛରେ ପଡ଼ିଥିଲା।

ପ୍ରଥମ ଇନିଂସରେ ରବି ଅଶ୍ୱିନ ପାଞ୍ଚଟି ୱିକେଟ୍ ହାସଲ କରିଥିବାବେଳେ ଦ୍ୱିତୀୟ ଇନିଂସରେ କମାଲ୍ କରିଥିଲେ ବାମହାତୀ ପଦାର୍ପଣକାରୀ ଅକ୍ଷର ପଟେଲ୍। ପଟେଲ୍ ୬୦ ରନରେ କବଜା କରିଥିଲେ ଭ୍ରମଣକାରୀ ଦଳର ପାଞ୍ଚଟି ୱିକେଟ୍ । ତେବେ ଉଭୟ ବ୍ୟାଟ୍ ଓ ବଲରେ ଚମକପ୍ରଦ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଦଳର ଏହି ବିଜୟ ପଛରେ ଅକ୍ଷର ଓ ଅଶ୍ୱିନଙ୍କ ବୋଲିଂ ସଫଳତା ସହ ପ୍ରଥମ ଇନିଂସରେ ଓପନର୍ ରୋହିତ୍ ଶର୍ମାଙ୍କ ଆକ୍ରମଣାତ୍ମକ ୧୬୧, ଦ୍ୱିତୀୟ ଇନିଂସରେ କ୍ୟାପଟେନ୍ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ତଥା ଟେକନିକ୍ ଭରା ଅର୍ଦ୍ଧଶତକ ସହ ରବିଚନ୍ଦ୍ରନ ଅଶ୍ୱିନଙ୍କ ରେକର୍ଡଂ ମେକିଂ ଶତକ ଥିଲା ପ୍ରମୁଖ ଅବଦାନ। ଦ୍ୱିତାୟ ଟେଷ୍ଟରେ ଘରୋଇ ଦଳର ବିଜୟ ପରେ ଏବେ ସିରିଜ ୧-୧ରେ ବରାବର୍ ହୋଇଛି।

ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରୁ ଭାରତର ପଲ୍ଲା ଭାରି ରହିଥିଲା। ସେହିଭଳି ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଦମଦାର ୧୦୬ ଓ ବିରାଟ୍‌ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୮୬ ରନରେ ଅଲଆଉଟ୍ ହୋଇ ଇଂଲଣ୍ଡ ସାମ୍ନାରେ ରଖିଥିଲା ୪୮୨ ରନର ବିଶାଳ ବିଜୟ ଲକ୍ଷ୍ୟ। ଆଉ ଚେପକର ସ୍ପିନିଂ ଟ୍ରାକରେ ଏହା ଅସମ୍ଭବ ମନେ ହେଉଥିଲା, ଯାହାକୁ ଭାରତୀୟ ବୋଲରମାନେ ଅନାୟସରେ ହାସଲ କରି ନେଇଥିଲେ।

ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ମୋଇନ ଅଲ୍ଲୀ ସର୍ବାଧିକ ୪୩, ଜୋ ରୁଟ୍ ୩୩, ଡାନ୍ ଲରେନ୍ସ ୨୬, ରୋରି ବର୍ଣ୍ଣସ୍ ୨୫ ରନ୍ କରିଥିଲେ । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ଆର ଅଶ୍ୱିନ ୩ , ଅକ୍ଷର ପଟେଲ୍ ୫ ଓ କୁଳଦୀପ ଯାଦବ ୨ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।

The post ଚେପକରେ ମଧିୁର ପ୍ରତିଶୋଧ appeared first on Odisha Reporter.



from Odisha Reporter https://ift.tt/37lEnUe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages