ମୁମ୍ବାଇ: ନିଜ ଫ୍ୟାଶନ ଏବଂ ଗ୍ଲାମରସ ଲୁକ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଲୋକଙ୍କୁ ଭୟଭୀତ କରି ଦେଇଛନ୍ତି। ତାଙ୍କୁ ଯିଏ ଦେଖିଛୁ ସିଏ ଭୟରେ ଥରି ଉଠୁଛି। ଗ୍ଲାମର ଗାର୍ଲରୁ ସେ ଲୁକରେ ସାଜିଛନ୍ତି ଭୂତୁଣୀ। ଡାହାଣୀ ହୋଇ ସମସ୍ତଙ୍କୁ ଡରାଇଛନ୍ତି। ତାଙ୍କ ଅପକମିଂ ଫିଲ୍ମ ‘ରୁହି’ରେ ତାଙ୍କୁ କିଛି ଏଭଳି ଦେଖିବାକୁ ମିଳିବ।
ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ରୁହି’ର ଟ୍ରେଲର। ଏଥିରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସେ ଏଥିରେ ଡାହାଣୀ ସାଜିଛନ୍ତି। ତାଙ୍କ ଅପୋଜିଟରେ ଅଛନ୍ତି ଭର୍ସଟାଇଲ ଅଭିନେତା ରାଜ କୁମାର ରାଓ ଏବଂ ବରୁଣ ଶର୍ମା।
ଫିଲ୍ମର ଏହି ଟ୍ରେଲରକୁ ଅଭିନେତା ରାଜ କୁମାର ରାଓ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେଆର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ନବବଧୂ ଭଳି ସଜେଇ ହେବ ଥିଏଟର, କିନ୍ତୁ ବରକୁ ନେଇଯିବ ରୁହି। ଭୂତଙ୍କ ଏହି ନିଆରା ବିବାହରେ ଆପଣଙ୍କୁ ସ୍ୱାଗତ। ମ୍ୟାଜିକ ଅଫ୍ ସିନେମା ରିଟର୍ଣ୍ଣ।’
ହାର୍ଦ୍ଦିକ ମହେତାଙ୍କ ନିର୍ଦ୍ଦେଶନାରେ ତିଆରି ଏହା ଏକ ହରର କମେଡି ଫିଲ୍ମ। ଏଥିରେ ପ୍ରଥମ କରି ଜାହ୍ନବୀ ଏବଂ ରାଜକୁମାରଙ୍କୁ ଏକାଠି ପରାଦା ଉପରେ ଦେଖିବାକୁ ମିଳିବ। ପୂର୍ବରୁ ଏହି ଫିଲ୍ମର ନାଁ ‘ରୁହ ଆଫଜା’ ରଖାଯାଇଥିଲା କିନ୍ତୁ ପରେ ଏହାକୁ ବଦଳାଇ ‘ରୁହି’ ରଖାଯାଇଛି। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଫିଲ୍ମଟି ସୁନେମା ଘରେ ରିଲିଜ ହେବ।
The post ଡ଼ରାଇଦେଲେ ଜାହ୍ନବୀ appeared first on Odisha Reporter.
from Odisha Reporter https://ift.tt/3u1g0Fh
No comments:
Post a Comment