ଶତକ ମାରିଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଶତକ ମାରିଲେ ରୋହିତ ଶର୍ମା

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମକିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଶୁବମନ ଗିଲ୍ ଓ ଅଧିନାୟକ ବିରାଟ କୋହଲି ଖାତା ଖୋଲିପାରି ନଥିବା ବେଳେ ତଥା ପୂଜାରା ଫେଲ୍ ହେବା ସତ୍ତ୍ୱେ ରୋହିତ ଶର୍ମା ଏକ ଜବରଦସ୍ତ ଇଂନିସ ଖେଳି ଶତକ ହାସଲ କରିଛନ୍ତି। ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିଅରର ୭ମ ଶତକ।

ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଉଥିବା ରୋହିତ ଖବର ଲେଖାଯିବା ବେଳକୁ ୧୪୧ ବଲ୍‌ରେ ୧୦୭ ରନ୍ କରିଛନ୍ତି। ତା’ ମଧ୍ୟରେ ରହିଛି ୧୪ଟି ଚୌକା ଓ ୨ଟି ଛକା। ରାହାଣେ ୫୬ଟି ବଲ୍‌ରୁ ୨୭ ରନ୍ କରିଛନ୍ତି।


ଆଜି ଦଳକୁ ଦ୍ୱିତୀୟ ଓଭରରେ ଲାଗିଥିଲା ପ୍ରଥମ ଝଟକା। ଏହି ଓଭରର ତୃତୀୟ ବଲ୍‌ରେ ଆଉଟ୍ ହୋଇଥିଲେ ଗିଲ୍‌। ଓଲି ଷ୍ଟୋନ୍‌ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଏହା ପରେ କ୍ରିଜ୍‌କୁ ଆସିଥିଲେ ଚେତେଶ୍ୱର ପୂଜାରା। ତେବେ ସେ ବି ତିଷ୍ଠି ପାରି ନଥିଲେ। ୨୦.୨ ଓଭରରେ ସେ ଆଉଟ୍ ହୋଇଯାଇଥିଲେ।

ପୂଜାରା ୫୮ଟି ବଲ୍‌ ଖେଳି ୨୧ ରନ୍ କରିଥିଲେ। ତା’ମଧ୍ୟରେ ଥିଲା ୨ଟି ଚୌକା। ଜ୍ୟାକ୍ ଲିଚ୍‌ଙ୍କ ବଲ୍‌ରେ ବେନ୍ ଷ୍ଟୋକ୍ସଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ପୂଜାରା ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି ଆସିଥିଲେ। କିନ୍ତୁ ସେ ମାତ୍ର ୫ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ୫ମ ବଲ୍‌ରେ ସେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ମୋଇନ ଅଲି ତାଙ୍କୁ ବୋଲ୍ଡ କରି ଦେଇଥିଲେ। ୨୧.୨ ଓଭରରେ ସେ ଆଉଟ୍ ହୋଇଥିଲେ।

ସୂଚନାଯୋଗ୍ୟ, ଚାରି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ୨୨୭ ରନ୍‌ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସ୍‌ରେ ୩୩୭ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ସେହିପରି ଦ୍ୱିତୀୟ ଇନିଂସ୍‌ରେ ଇଂଲଣ୍ଡ ୧୭୮ ରନ୍ କରିଥିଲା। ତେବେ ୪୨୦ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

The post ଶତକ ମାରିଲେ ରୋହିତ ଶର୍ମା appeared first on Odisha Reporter.



from Odisha Reporter https://ift.tt/3dmbdbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages