ଶ୍ରୀନଗର: ଭୟଭିତ ହୋଇଗଲେ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା। ଘର ଭିତରୁ କମ୍ବଳ ଧରି ଦୌଡିଲେ। ଏତେ ଡରି ଗଲେ ଯେ, ସାଙ୍ଗରେ ତାଙ୍କ ମୋବାଇଲ ଆଣିବା ବି ଭୁଲିଗଲେ। ଗତକାଲି ଉତ୍ତର ଭାରତରେ ହୋଇଥିବା ଭୂମିକମ୍ପରେ ଭୟଭିତ ହୋଇଯାଇଥିବା ନେଇ ଉମର ଅବଦୁଲ୍ଲା ଟୁଇଟ କରି କହିଛନ୍ତି।
ସେ କହିଛନ୍ତି, ୨୦୦୫ ପରେ ଶ୍ରୀନଗରରେ ଆସିଥିବା କୌଣସି ଭୂମିକମ୍ପ ଏତେ ଶକ୍ତିଶାଳୀ ନଥିଲା। ଭୟରେ ସେ ବାହାରକୁ ପଳାଇ ଆସିଥିଲେ । କମ୍ବଳ ଧରି ଘର ବାହାରକୁ ସେ ଦୌଡିଥିଲେ। ଏପରିକି ଘରେ ଫୋନ୍ ମଧ୍ୟ ଛାଡି ଦେଇଥିଲେ । ଭୂମିକମ୍ପରେ ମାଟି ଦୋହଲୁଥିଲା ବୋଲି ସେ କହିଛନ୍ତି।
ସେହିପରି ଯେତେବେଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିକାଗୋ ବିଶ୍ୱ ବିଦ୍ୟାଳୟର ଛାତ୍ରଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ବୋଧନ କରୁଥିଲେ। ସେ କହିଛନ୍ତି ଯେ, ହଠାତ କୋଠରୀ ହଲିବାକୁ ଲାଗିଥିଲା।
ତାଜାକିସ୍ତାନରେ ଶୁକ୍ରବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପଡିଛି। ରାତି ପ୍ରାୟ ୧୦ଟା ୩୪ରେ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ରେକର୍ଡ କରାଯାଇଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦିଲ୍ଲୀ ତଥା ଅନେକ ସ୍ଥାନର ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ସେମାନଙ୍କ ଘରୁ ବାହାରକୁ ଚାଲି ଆସିଥିଲେ। ଝଟକା ପରେ ଲୋକମାନେ ନିଜ ନିଜ ଘର ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା।
The post କମ୍ବଳ ଧରି ଦୌଡିଲେ ଉମର ଅବଦୁଲ୍ଲା appeared first on Odisha Reporter.
from Odisha Reporter https://ift.tt/3tUwIpK
No comments:
Post a Comment