ବଦଲିଲା ପାଗ; ସକାଳୁ ସକାଳୁ ବର୍ଷିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ବଦଲିଲା ପାଗ; ସକାଳୁ ସକାଳୁ ବର୍ଷିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି। ଏହା ସହିତ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ରାଜଧାନୀରେ ମଧ୍ୟ କୋହଲା ପାଗ ହୋଇଥିବା ବେଳେ ଝିପିଝିପି ବର୍ଷା ହୋଇଛି।

ସୁନ୍ଦରଗଡ଼ରେ ବର୍ଷା 

ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଏବଂ ବଲାଙ୍ଗୀରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୯ଟି ଜିଲ୍ଲା ସମେତ ଗଞ୍ଜାମ ଏବଂ ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୁନ୍ଦରଗଡ଼ରେ ସକାଳୁ ସକାଳୁ ଜୋରରେ ପବନ ହୋଇଥିଲା

ସେହିପରି ବଲାଙ୍ଗୀର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡ଼ା ଏବଂ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି  କରିଛନ୍ତି ଏସ୍ଆରସି।

The post ବଦଲିଲା ପାଗ; ସକାଳୁ ସକାଳୁ ବର୍ଷିଲା appeared first on Odisha Reporter.



from Odisha Reporter https://ift.tt/2NrnCAh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages