ମୁମ୍ବାଇ: ଫସିଲେ ବଲିଉଡ ଅଭିନେତା ବିବେକ ଓବରୟ। ପତ୍ନୀଙ୍କୁ ପଛରେ ବସାଇ ଫିଲ୍ମ ଷ୍ଟାଇଲରେ ରାଜରାସ୍ତାରେ ଚଳାଇଲେ ବାଇକ୍। ଚାଲାଣ କାଟିଲା ଟ୍ରାଫିକ ପୁଲିସ । ବିନା ହେଲମେଟ୍ ଏବଂ ମାସ୍କରେ ବାଇକ ଚଳାଇଥିବା ଯୋଗୁଁ ତାଙ୍କ ବିରୋଧରେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ବିବେକ ଓବରୟ ଫେବ୍ରୁଆରୀ ୧୪ ତଥା ଭାଲେଣ୍ଟାଇନ ଦିନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ସେ ବିନା ହେଲମେଟରେ ପଛରେ ନିଜ ପତ୍ନୀ ପ୍ରିୟଙ୍କାଙ୍କୁ ବସାଇ ବାଇକରେ ବୁଲିବାର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ସେ କରୋନା ନିଅମ ମଧ୍ୟ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ସେ ଏବଂ ତାଙ୍କ ପତ୍ନୀ ବାଇକ ଚଳାଇବା ବେଳେ ମାସ୍କ ମଧ୍ୟ ପିନ୍ଧି ନଥିଲେ।
ମୁମ୍ବାଇ ପୁଲିସକୁ ସୋଶାଲ ମିଡିଆରେ ସାମାଜିକ କାର୍ଯ୍ୟକତ୍ତା ଡା.ବିନୁ ଭର୍ଗିସ ନାମକ ଜଣେ ବ୍ୟକ୍ତି ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ତାଙ୍କ ନାଁ ୫୦୦ ଟଙ୍କାର ଚାଲାଣ କଟିଛି। ଏହା ଛଡା ମୁମ୍ବାଇ ପୁଲିସ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଏକ ମାମଲା ମଧ୍ୟ ରୁଜୁ କରିଛି।
ଚଳଚିତ୍ର ଶୈଳୀରେ ରାସ୍ତାରେ ବାହାନ ଚଳାଇବା ଯୋଗୁ ପୋଲିସ ଆଇପିସିର ଧାରା ୧୮୮, ୨୬୯, ମୋଟର ଭେଇକିଲ ଆକ୍ଟର ଧାରା ୧୨୯, ୧୭୭ ଓ ଏପିଡେମିକ ଆକ୍ଟରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।
View this post on Instagram
The post ଫିଲ୍ମ ଷ୍ଟାଇଲରେ ବାଇକ୍ ଚଳାଇଲେ, କଟିଲା ଚାଲାଣ appeared first on Odisha Reporter.
from Odisha Reporter https://ift.tt/3k7GL69
No comments:
Post a Comment