କାମାକ୍ଷାନଗର(ବିଦ୍ୟାଧର ବରାଳ): ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହତ୍ୟାକାଣ୍ଡ । ଏଭଳି ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ । ଏଥିରେ ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ମୃତକ ଜଣଙ୍କ ଗାଁର ପୂର୍ଣ୍ଣଚନ୍ଦ୍ର ବାଇ ଏବଂ ଗୁରୁତର ଜଣଙ୍କ ତାଙ୍କର ପୁଅ ମୋହନ ବାଇ ।
ସୂଚନା ଅନୁଯାୟୀ , ମୋହନ ବାଇଙ୍କ ଝିଅ ପ୍ରତିଦିନ ପରଜଙ୍ଗ କଲେଜକୁ ପାଠ ପଢିବାକୁ ଯାଉଥିଲେ । ତେବେ ଗାଁର କିଛି ଯୁବକ ପ୍ରତିଦିନ ତାଙ୍କୁ କମେଣ୍ଟ ମାରୁଥିଲେ । ଯୁବକମାନେ ତାଙ୍କୁ ବାରମ୍ବାର ଏପରି କମେଣ୍ଟ ମାରିବା ନେଇ ଯୁବତୀଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ।
ଏ ନେଇ ଗତକାଲି ସନ୍ଧ୍ୟାରେ ଯୁବତୀଙ୍କ ବାପା ମୋହନ ବାଇ ଯୁବକମାନଙ୍କୁ କମେଣ୍ଟ ନ ମାରିବା ପାଇଁ କହିବା ପାଇଁ ଯାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ଯୁବକମାନେ ମୋହନଙ୍କୁ ଆକ୍ରମଣ କରିଥିଲେ ।
ଖବର ପାଇ ମୋହନଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପୁଅକୁ ରକ୍ଷା କରିବାକୁ ଯାଇଥିଲେ । ମାତ୍ର ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ସମ୍ପୃକ୍ତ ଯୁବକ ଏବଂ ସହଯୋଗୀ । ଘଟଣାସ୍ଥଳରେ ହିଁ ପୂର୍ଣ୍ଣଚନ୍ଦ୍ର ଓ ମୋହନ ଗୁରୁତର ହୋଇପଡ଼ିଥିଲେ । ତେବେ ପରିବାର ଲୋକେ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବେଳେ ବାଟରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଅ ମୋହନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
The post କମେଣ୍ଟ ମରାକୁ ବାରଣ କରିବାରୁ ହତ୍ୟାକାଣ୍ଡ; ଆଖି ବୁଜିଲା ବାପା, ପୁଅ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3pKFVOh
No comments:
Post a Comment