କଟକ(ଓଡ଼ିଶା ରିପୋର୍ଟର): କଳା ସାର୍ଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା ଆଧାରରେ କଟକ ମହିଳା ଥାନା ପୁଲିସ ସମ୍ପୃକ୍ତ ରଙ୍ଗୀଲା ଶିକ୍ଷକଙ୍କୁ ଉଠାଇ ଆଣିଛି। ଶିକ୍ଷକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି।
ଅଭିଯୋଗରୁ ପ୍ରକାଶ, ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ସେ ପ୍ରଥମ ବିବାହ କରିଥିଲେ। ୨୦୦୮ରେ ଲୁଚାଛପାରେ ଆଉ ଜଣେ ଝିଅକୁ ବିବାହ କରିଥିଲେ। ପରେ ଲକ୍ଡାଉନ୍ ବେଳେ ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲେ। ପ୍ରଥମ ଓ ୩ୟ ସ୍ତ୍ରୀ ଏକଥା ଜାଣିବା ପରେ ଥାନାରେ ଜଣାଇଥିଲେ। ଏତଲା ପରେ ଚତୁର୍ଥ ପତ୍ନୀ ପାଖରେ ରହୁଥିବା କଳା ସାରଙ୍କୁ ଧରିଥିଲା ପୁଲିସ।
The post ରସିକିଆ ସାରଙ୍କ ରଙ୍ଗିଲା କାହାଣୀ, ୪ ଯୁବତୀଙ୍କୁ କରିଛନ୍ତି ବିବାହ! appeared first on Odisha Reporter.
from Odisha Reporter https://ift.tt/2ZtWQcS
No comments:
Post a Comment