ହିମ ସ୍ଖଳନ: କେଉଁଠି ଓ କେମିତି ଅଛନ୍ତି ନିଖୋଜ ୨୦୨ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ହିମ ସ୍ଖଳନ: କେଉଁଠି ଓ କେମିତି ଅଛନ୍ତି ନିଖୋଜ ୨୦୨ ଜଣ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହିମ ସ୍ଖଳନ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଏଯାଏ ନିୟନ୍ତ୍ରଣକୁ ଆସିପାରିନାହିଁ। ବିନ୍ୟାର ପ୍ରଖୋର ସ୍ରୋତରେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରୁ ହିଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୯ ଜଣଙ୍କ ମୃତଦେହ ମିଳିଛି।

ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ସେନା ଓ ଆଇଟିବିପି ଯବାନ ମୁତୟନ ହୋଇଛନ୍ତି। ତପୋବନର ଦ୍ୱିତୀୟ ବଡ଼ ସୁଡ଼ଙ୍ଗରେ ଧସେଇ ପଡ଼ିଥିବା ମାଟି ଗୁଡ଼ିକୁ କଢ଼ା ଯାଇ ନିଖୋଜ ଲୋକଙ୍କୁ ଖୋଜା ଯାଉଛି। ବୋଲଡୋଜର, ଜେସିବି ଭଳି ବଡ଼ବବଡ଼ ମେସିନ ସହ ଦଉଡି ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି।

ପୁଲିସର ସୂଚନା ଅନୁସାରେ, ଏଯାଏ ହିମସ୍ଖଳନ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ ୨୦୨ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ଲୋକମାନେ ମାଟି ଗଦା ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ସେମାନଙ୍କୁ ଠାବ କରି ଜୀବତ ମାଟି ତଳୁ ବାହାର କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ ଅଧିକରୁ ଅଧିକ ଲୋକଙ୍କୁ ଜୀବନ୍ତ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।


ଗରୱାଲ ରେଞ୍ଜର ଡିଆଇଜି ନେରୁ ଗର୍ଗ କହିଛନ୍ତି, ତପୋବନର ଦ୍ୱିତୀୟ ସୁଡ଼ଙ୍ଗରେ ପ୍ରାୟ ୩୫ ଜଣ ଫସି ରହିଛନ୍ତି। ବନ୍ୟା ଯୋଗୁ ଏହି ସୁଡ଼ଙ୍ଗଟିରେ ମାଟି ଭର୍ତ୍ତି ହୋଇ ବନ୍ଦ ହୋଇଯାଇଛି। ଏଠାକୁ ଯିବା ପାଇଁ ୧୭୮ ଜଣ ଲୋକଙ୍କୁ ପାସ୍‌ ମିଳିଥିଲା। ଆମେ ଗତକାଲି ୧୫ ଜଣଙ୍କୁ ଉଦ୍ଧାର କରିଥିଲୁ।  ଆଜି ଆଉ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଏକ ସୁଡ଼ଙ୍ଗରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏନଡିଆରଏଫ ଡିଜି ଏସଏନ ପ୍ରଧାନ କହିଛନ୍ତି ଯେ ଏହି ସୁଡ଼ଙ୍ଗର ଲମ୍ବା ପ୍ରାୟ ୨.୫ କିମି ହେବ। ବର୍ତ୍ତମାନ ସୁଦ୍ଧା ୧୦୦ ମିଟର ରାସ୍ତା ଯାଏ ଗଦା ହୋଇଥିବା ମାଟି ଓ ପଥରକୁ ହଟାଯାଇ ପାରିଛି। ୨୭ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣଙ୍କ ମୃତଦେହ ମିଳିଛି। ସେହିପରି ୧୫୩ ଜଣ ଏବେ ବି ନିଖୋଜ ରହିଛନ୍ତି। ଏହି ୧୫୩ ଜଣଙ୍କ ମଧ୍ୟରୁ ୩୦ରୁ ୪୦ ଜଣ ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି। ବାକି ଲୋକ ବନ୍ୟାର ସ୍ରୋତରେ ଭାସି ଯାଇଥିବା ଜଣାପଡ଼ୁଛି ବୋଲି ସେ କହିଛନ୍ତି।


ଉତ୍ତରାଖଣ୍ଡ ପୁଲିସ୍‌ କହିଛି ଯେ ହିମ ସ୍ଖଳନ ଯୋଗୁ ପ୍ରଭାବିତ ହୋଇଥିବା ଭିନ୍ନ ଭିନ୍ନ ସ୍ଥାନରୁ ୧୯ ଜଣଙ୍କ ମୃତଦେହ ମିଳିଛି। ଏନଟିପିସିର ତପୋବନ-ବିଷ୍ଣୁଗଡ଼ ପ୍ରକଳ୍ପର ଛୋଟ ସୁଡ଼ଙ୍ଗରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ମାଟିତଳୁ ଉଦ୍ଧାର କରାଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାନରୁ ୧୫ ଜଣଙ୍କୁ ଅନ୍ୟତ୍ର ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ଗତକାଲି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମ ସ୍ଖଳନ ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ଅଚାନକ ବନ୍ୟା ମାଡ଼ି ଆସିବାରୁ ଶତାଧିକ ଲୋକ ଏଥିରେ ଭାସି ଯାଇଛନ୍ତି।

The post ହିମ ସ୍ଖଳନ: କେଉଁଠି ଓ କେମିତି ଅଛନ୍ତି ନିଖୋଜ ୨୦୨ ଜଣ appeared first on Odisha Reporter.



from Odisha Reporter https://ift.tt/3pZNxgt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages