ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭିତରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ୧୨ଟି ପାରାମିଟରକୁ ବିଚାରକୁ ନେଇ ବସ୍ ଭଡ଼ା ବଢ଼ାଯାଇଥିବା ସେ କହିଛନ୍ତି।
ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା। ଏବେ ୮୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ ଭଡ଼ା ୭୭ ପଇସାରୁ ୮୪, ଡିଲକ୍ସ ବସ ଭଡ଼ା ୧.୦୯ ପଇସାରୁ ୧.୧୧ ପଇସାକୁ, ଏସିଡିଲକ୍ସ ଭଡ଼ା ୧.୩୧ ପଇସାରୁ ୧.୩୯ ପଇସାକୁ ଓ ସୁପର ପ୍ରିମିୟର ବସ୍ ଭଡ଼ା ୨.୧୭କୁ ବଢ଼ିଛି।
ଦେବେନ୍ଦ୍ର ସାହୁଙ୍କ କହିବା ଅନୁସାରେ ଦେଶରେ ଡିଜେଲ୍ ଭଡ଼ା ବଢ଼ି ଚାଲିଛି। ଏଥିପ୍ରତି ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହିଁ ଧ୍ୟାନ ଦେଉନାହାନ୍ତି। ଡିଜେଲ୍ ଦାମ କମାଇବା ପାଇଁ ବସ୍ ମାଲିକ ସଂଘ ବାରମ୍ୱାର ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ହେଲେ କେହି ଆମ କଥା ଶୁଣୁ ନାହାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।
ଶ୍ରୀ ସାହୁ ଅହୁରି କହିଛନ୍ତି-“ଦୁଇ ଟଙ୍କା ତେଲ ଦର ବଢ଼ିଲେ ସାଧାରଣ ବସ୍ ଭଡ଼ା ଏକ ପଇସା ଓ ଏକ୍ସପ୍ରେସ ବସ୍ ଭଡ଼ା ୨ ଦୁଇସା ବଢ଼ାଇବାକୁ ଆଜକୁ ୪ ବର୍ଷ ତଳେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ବସ୍ ଭଡ଼ା ବଢ଼ୁଥିଲା। କିନ୍ତୁ ବସ୍ ମାଲିକ ସଂଘ ଦାବି କରିଥିବା ଅନ୍ୟ ୧୨ଟି ପାରାମିଟର ସମ୍ପର୍କରେ ନିଷ୍ପତ୍ତି ରାଜ୍ୟ ସରକାର ପରେ ନେବେ ବୋଲି କହିଥିଲେ। କୋଭିଡ୍ ସମୟରେ ସ୍ଥିତି ଦେଖି ସେହି ୧୨ଟି ପାରାମିଟର ପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ସଂଘ ଦାବି କରିଥିଲା। ଆଶା ରଖିଥିଲୁ କୋଭିଡ୍ ସମୟରେ ତେଲ ଦର କମିବ। ହେଲେ ଆନ୍ତର୍ଜାତୟ ସ୍ତରରେ ତେଳ ଦର କମୁଥିବା ବେଳେ ଭାରତରେ ତେଲ ଦର ବଢ଼ିବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଟିକସ କମାଇଲେ ନାହିଁ। ଯାହାଫଳରେ ଆମେ ବସ୍ ଭଡ଼ା ବଢ଼ାଇବାକୁ ବାଧ୍ୟ ହେଲୁ। ଏଥିପାଇଁ ଯାତ୍ରୀଙ୍କଠାରୁ କ୍ଷମା ମାଗି ନେଉଛି।”
କଟକରେ ନୂଆ ବସ୍ ଟର୍ମିନାଲକୁ ନେଇ ଶ୍ରୀ ସାହୁ କହିଛନ୍ତି, ନୂଆ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ସରକାର ଶିଳାନ୍ୟାସ କରିଥିଲେ। ଏପରିକି ଜାଗା ଅଧିଗ୍ରହଣ କରି ପାଚେରୀ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଗୋଳ ଓ ପାରାଦୀପ ବସ୍ଷ୍ଟାଣ୍ଡକୁ ମିଶାଇ ଗୋଟିଏ ବଡ଼ ବସ୍ଷ୍ଟାଣ୍ଡ କରିବେ ବୋଲି କହିଥିଲେ। ଯାହାକୁ ସଂଘ ସ୍ୱାଗତ କରିଥିଲା। ପୁଣି ରାଜ୍ୟ ସରକାର ନିଷ୍ପତ୍ତି ନେଲେ କଳି ମନ୍ଦିର ପଛ ପାର୍ଶ୍ୱରେ କରିବା ପାଇଁ। ବସ୍ଷ୍ଟାଣ୍ଡ କେଉଁଠି ହେବ, ସେ ବିବାଦ ଭିତରେ ମାଲିକ ସଂଘ ପଶିବାକୁ ଚାହୁଁନି। ଆମେ ଚାହୁଁଛୁ କଟକରେ ଗୋଟିଏ ଭଲ ବସ୍ ଷ୍ଟାଣ୍ଡ ହେଉ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।
The post ଯାତ୍ରୀଙ୍କୁ ଝଟକା, ରାଜ୍ୟରେ ବଢ଼ିଲା ବସ୍ ଭଡ଼ା appeared first on Odisha Reporter.
from Odisha Reporter https://ift.tt/3cQ9ECv
No comments:
Post a Comment