ବଣାଇ (ରଞ୍ଜିତ ଚୌଧୁରୀ): ରକ୍ତର ସମ୍ପର୍କ ଭୁଲିଗଲା ଭାଇ। ସାମାନ୍ୟ କଥାରୁ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଉତ୍କ୍ଷିପ୍ତ ହୋଇ ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ସାନ ଭାଇ ହାଣି ପକାଇଲା। ଫଳରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।
ପୂରା ଘଟଣାଟି ଏମିତି। ଗତକାଲି ରାତିରେ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗାଁର ଭାଗବାନ ସାହିର ମୁଣ୍ଡା ବସ୍ତିରେ ଶୁକ୍ରା ମୁଣ୍ଡା ଓ ଲଣ୍ଡା ମୁଣ୍ଡା ଖାଉଥିଲେ। ଏହି ସମୟରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଲଣ୍ଡା ଏକ ଟାଙ୍ଗୀଆରେ ବଡ଼କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ଶୁକ୍ରାଙ୍କର ମୃତ୍ୟୁ ଘଟିଥିଲା।
ଆଜି ସକାଳେ ପରିବାର ଲୋକେ ଏନେଇ ମହୁଲପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ଲଣ୍ଡା ଫେରାର ଥିବା ଜଣାପଡ଼ିଛି।
The post ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସାନ! appeared first on Odisha Reporter.
from Odisha Reporter https://ift.tt/3uecojr
No comments:
Post a Comment