ମହାରାଷ୍ଟ୍ର: ରାସ୍ତା କଡକୁ ଓଲଟି ପଡିଲା ଟ୍ରକ୍। ଟ୍ରକ୍ ଓଲଟିବା ଯୋଗୁଁ ଘଟଣାସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଜଳଗାଓଁରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ୬ ଜଣ ମହିଳା ସାମିଲ ଅଛନ୍ତି। ସେହିପରି ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ପୁଲିସ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି।
ପୁଲିସ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଭଣ୍ଡା ବୋଝେଇ ଟ୍ରକରେ କିଛି ଶ୍ରମିକ ଧୁଲେରୁ ଜଳଗାଓଁ ଯାଉଥିବା ବେଳେ ୟାବଲ ରୋଡରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ଟ୍ରକରେ ମୋଟ ୨୧ ଜଣ ଶ୍ରମିକ ଥିଲେ। ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ କ୍ରେନ ସହାୟତାରେ ସିଧା କରାଯାଇ ମୃତକଙ୍କୁ ଟ୍ରକ୍ ଭିତରୁ ଉଦ୍ଧାର କରାଯାଇଛି। ଏହାପରେ ସମସ୍ତ ମୃତକଙ୍କୁ ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।
ଏହାପୂର୍ବରୁ ରବିବାର ଦିନ ମଧ୍ୟ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ବସ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। କୁର୍ଣ୍ଣୁଲର ବେଲଦୁର୍ତି ମଣ୍ଡଲର ମଦରପୁର ଗାଁ ନିକଟରେ ରବିବାର ଏହି ସଡକ ଦୁର୍ଘଟଣା ଘଟିଥିଲା।
The post ଓଲଟିଲା ଭଣ୍ଡା ବୋଝେଇ ଟ୍ରକ୍, ୨ ଶିଶୁ ସମେତ ୧୫ ମୃତ appeared first on Odisha Reporter.
from Odisha Reporter https://ift.tt/3dftMhE
No comments:
Post a Comment