ସୋର (ଶଶିକାନ୍ତ ବେହେରା): ପୋଲ ତଳକୁ ଖସି ପଡ଼ିଲା ବରଯାତ୍ରୀ କାର୍। ଚାଲିଗଲା ଜଣଙ୍କ ଜୀବନ। ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବାଲେଶ୍ୱର ଜିଲ୍ଲା ସୋର-କୁପାରି ରାସ୍ତାର ପିତାକାଳିଆ ପୋଲରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
ମୃତାହତମାନେ କାର୍ ଯୋଗେ ବାଲେଶ୍ୱର ଔପଦା ବ୍ଲକ୍ ଅଘିରାପଦାରୁ ଯାଜପୁରକୁ ବରଯାତ୍ରୀରେ ଯାଇଥିଲେ। ବାହାଘର ସାରି ଫେରୁଥିବା ବେଳେ ପିତାକାଳିଆ ପୋଲରେ ଦୁର୍ଘଟଣାର ଶିକାର ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ କାର୍ଟି ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ କାର୍ରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ୩ ଗୁରୁତରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଲେଖାଯିବା ସୁଦ୍ଧା ମୃତ ଓ ଗୁରୁତରଙ୍କ ପରିଚୟ ମିଳିପାରି ନଥିଲା। ଅନ୍ୟପକ୍ଷରେ ସୋର ପୁଲିସ୍ ଉକ୍ତ ବାଇକ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
The post ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଖସିପଡ଼ିଲା ବରଯାତ୍ରୀ କାର୍ appeared first on Odisha Reporter.
from Odisha Reporter https://ift.tt/2ZesQlo
No comments:
Post a Comment