ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମରେ ପେକ୍ ନ୍ୟୁଜ କିମ୍ବା ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ଶେୟାର କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ଆଇନକୁ ଯିଏ ବି ଉଲ୍ଲଙ୍ଘନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସତର୍କ କରାଇଛନ୍ତି।
ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି, ବାକ୍ ସ୍ୱାଧୀନତା ରହିଛି। କିନ୍ତୁ ସମ୍ବିଧାନର ଧାରା ୧୯ ଏରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି। ସେହିପରି ଭାରତରେ ବ୍ୟବସାୟ କରୁଥିବା ଟ୍ୱିଟର ଓ ଫେସବୁକ ମଧ୍ୟ ଦେଶର ଆଇନ ମଧ୍ୟରେ ବନ୍ଧା। ଏହା ବିରୋଧରେ କେହି ବି କାର୍ଯ୍ୟ କରିପାରିବେ ନାହିଁ।
ଆମେ ସୋଶାଲ ମିଡିଆକୁ ସମ୍ମାନ ଜଣାଉଛୁ। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିଛି। ଡିଜିଟାଲ ଭାରତ କାର୍ଯ୍ୟକ୍ରମରେ ସୋଶାଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସୋଶାଲ ମିଡିଆରେ ଫେକ୍ ନ୍ୟୁଜ ଭାଇରାଲ କରିବା ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିବା, ଆଦୌ ଗ୍ରହଣ କରାଯିବ ନାହିଁ।
ସୋଶାଲ ମିଡିଆର ଅପବ୍ୟବହାର ବିରୋଧରେ ଭାରତୀୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ସେ ଟ୍ୱିଟର ହୋଇଥାଉ କିମ୍ବା ଆଉ ଯିଏ ବି। ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇବାକୁ ବାଧ୍ୟ। ଭାରତୀୟ ସମ୍ବିଧାନ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର ଅଧିକାର ଦେଇଛି। ହେଲେ ଫେକ୍ ନ୍ୟୁଜ ପ୍ରଚାର କରିବାର ଅଧିକାର ସମ୍ବିଧାନ ଦେଇନାହିଁ।
ଆମେ ଟ୍ୱିଟର ଓ ଅନ୍ୟ ସୋଶାଲ ମିଡିଆ ନିକଟରେ ସମସ୍ୟା ଗୁଡ଼ିକ ଉଠାଇଛୁ। ଯଦି ସେମାନେ ଦେଶରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ଭାରତୀୟ ଆଇନର ପରିସର ଭୁକ୍ତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଭିନ୍ନ ଦେଶ ପାଇଁ ଭିନ୍ନ ପାରାମିଟିର ଲାଗୁ କରାଯାଇ ପାରିବ ନାହିଁ। ଆମେରିକାର କ୍ୟାପିଟଲ ହିଲ୍ ପାଇଁ ଗୋଟିଏ ନିୟମ ହୋଇଥିବା ବେଳେ ଲାଲକିଲ୍ଲା ଘଟଣା ପାଇଁ ଆଉ ଗୋଟିଏ ନିୟମ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୨୬ ହିଂସା ଘଟଣାକୁ ଉସକାଇଥିବା ଅଭିଯୋଗରେ ଭାରତ ସରକାର ଟ୍ୱିଟରକୁ କିଛି ଆଉକାଉଣ୍ଟ ବନ୍ଦ କରିବାକୁ କହିଥିଲେ। ଟ୍ୱିଟର ୫୦୦ରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସକାଉଥିବା ଆକାଉଣ୍ଟ ବନ୍ଦ କରିଥିବା ବେଳେ ଆଉ କିଛି ଉପରେ କୌଣସି କଟକଣା ଲଗାଇ ନାହିଁ।
ବାକ୍ ସ୍ୱାଧୀନତାର ଦ୍ୱାହି ଦେଇ ଟ୍ୱିଟର ଆକାଉଣ୍ଟଗୁଡ଼ିକ ବନ୍ଦ କରିବ ନାହିଁ କହିଛି। ତଥାପି ଭାରତ ସରକାର ଗତକାଲି ୨୫୭ଟି ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଭାରତରେ ବ୍ୟବସାୟ କରିବାକୁ ହେଲେ, ଭାରତୀୟ ଆଇନକୁ ପାଳନ କରିବାକୁ ପଡ଼ିବ ବୋଲି କହିଥିଲେ।
The post ଫେସବୁକ-ଟ୍ୱିଟର୍ର ଅପବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ: ସରକାର appeared first on Odisha Reporter.
from Odisha Reporter https://ift.tt/2Ne5IAE
No comments:
Post a Comment