ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରେ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ-ଏନ୍ଏମ୍ଏର ପ୍ରସ୍ତାବିତ ଅଧିନିୟନ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ନିବେଦନ କରାଯାଇଛି। ଏନେଇ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ।
ଏନ୍ଏମ୍ଏର ସଦସ୍ୟ ସଚିବଙ୍କୁ ଚିଠି ଲେଖି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଯେ, ମହାପ୍ରଭୁ ଲିଙ୍ଗରାଜ, ସେବକ ଓ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଉପନିୟମ ପ୍ରସ୍ତାବ ପ୍ରତ୍ୟାହାର କରାଯାଉ । ଏହାଛଡ଼ା ଯଦି ଅନ୍ୟ କିଛି ନିୟନ୍ତ୍ରଣ ଲାଗୁ କରିବା ଲାଗି ଏନ୍ଏମ୍ଏ ଚାହୁଁଥାଏ, ତା ହେଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ଉଚିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ ଏନ୍ଏମ୍ଏକୁ ସ୍ୱାଗତ କରିବ ବୋଲି ଏହି ଚିଠିରେ ଲେଖିଛନ୍ତି ।
ସେହିପରି ଶ୍ରୀବ୍ରହ୍ମେଶ୍ୱର ମନ୍ଦିର ପାଇଁ ଲାଗୁ ହୋଇଥିବା ବାଇ-ଲ ମଧ୍ୟ ପ୍ରତ୍ୟାହାର ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ଦେବୋତ୍ତର କମିଶନଙ୍କ ପକ୍ଷରୁ ଏହି ଚିଠି ଲେଖାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ସଂପର୍କିତ ଅଧିନିୟମ ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିଲେ।
ସୂଚନାଯୋଗ୍ୟ, ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଗତ ୮ ତାରିଖରେ ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍ଏମ୍ଏ) ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ଅବସରରେ ଏହି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରି କେହି ପ୍ରଭୁଙ୍କ କାର୍ଯ୍ୟରେ ବାଧା ଦେଇ ପାରିବେ ନାହିଁ ବୋଲି କହିଥିଲେ।
The post ‘‘ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର କର’’ appeared first on Odisha Reporter.
from Odisha Reporter https://ift.tt/3tQlt1I
No comments:
Post a Comment