ଟୁଲକିଟ୍ ମାମଲା: ନିକିତା ଜାକୋବଙ୍କ ଗିରଫଦାରୀକୁ ନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ଟୁଲକିଟ୍ ମାମଲା: ନିକିତା ଜାକୋବଙ୍କ ଗିରଫଦାରୀକୁ ନା’

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ନିକିତା ଜାକୋବଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ଗିରଫଦାରୀ ଉପରେ ଲାଗିଲା ରୋକ। ବମ୍ବେ ହାଇକୋର୍ଟ ନିକିତାଙ୍କୁ ୩ ସପ୍ତାହ ଯାଏଁ ଆନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।  ତାଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ‘ଟୁଲ୍‌କିଟ୍‌’ ମାମଲାରେ ପୁଲିସ ଦାଏର କରିଥିବା ଏଫ୍‌ଆଇଆର୍‌ ବିପକ୍ଷରେ ୩ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ଯଦି ଗିରଫ ହୁଅନ୍ତି ୨୫୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରି ନିକିତା ଜାକୋବ୍‌ ମୁକୁଳି ପାରିବେ ବୋଲି କୋର୍ଟ କହିଛନ୍ତି।

କୋର୍ଟ ମାନିଛନ୍ତି ଯେ, ନିକିତାଙ୍କ କୌଣସି ରାଜନୈତିକ, ଧାମିର୍କ ବା ଆର୍ଥିକ ଏଜେଣ୍ଡା ନାହିଁ। ଏଥିସହ ଏହା ବି ମାନିଛନ୍ତି ଯେ, ୧୧ ଫେବ୍ରୁଆରୀ ଦିନ ନିକିତାଙ୍କ ଘରେ ସର୍ଚ୍ଚ କରାଯାଇ ତାଙ୍କ ଜିନିଷ ପତ୍ର ଜବତ କରାଯାଇଥିଲା। ଅପରାଧ ଅନ୍ୟ ରାଜ୍ୟରେ ହୋଇଛି। ଏଥିପାଇଁ ଏହି ମାମଲାଟି ତାଙ୍କ ଅଧିକାର କ୍ଷେତ୍ରରେ ନାହିଁ ବୋଲି କୋର୍ଟ କହିଛନ୍ତି।

ସେହିପରି ଏହି ତିନି ସପ୍ତାହ ମଧ୍ୟରେ ନିକିତା ଦିଲ୍ଲୀ ହାଇକୋର୍ଟରେ ଆଗ୍ରିମ ଜାମିନ ପାଇଁ ଆବେଦନ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି।

ଅନ୍ୟପଟେ ଏହି ଘଟଣାରେ ଇଞ୍ଜିନିୟର ଶାନ୍ତନୁ ମୁଲୁକଙ୍କୁ ଗତକାଲି ବମ୍ବେ ହାଇକୋର୍ଟ ୧୦ ଦିନର ଟ୍ରାଞ୍ଜିଟ ଜାମିନ ପ୍ରଦାନ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଶାନ୍ତନୁଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ତାଙ୍କୁ ୧୦ ଦିନର ଟ୍ରାଞ୍ଜିଟ୍ ବେଲ୍‌ ଦେଇଥିଲେ। ଦିଲ୍ଲୀ ପୁଲିସ୍‌ କହିଛି ଯେ ଶାନ୍ତନୁ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଟିକରି ସୀମାରୁ ବାହାରିବା ବେଳେ ସେଠାରେ ଉପସ୍ଥିତ ଥିଲେ। ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସକାଣ୍ଡରେ ସେ ସଂପୃକ୍ତ ଥିବାରୁ ଏହା ପରଠାରୁ ଫେରାର ହୋଇଯାଇଥିଲେ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ପୁଲିସ ତଦନ୍ତ ଚଳାଇଥିବା ‘ଟୁଲ୍‌କିଟ୍‌’ ମାମଲାରେ ତିନି ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିକିତା ଜାକୋବ୍‌। ଅଭିଯୁକ୍ତଙ୍କ ମଧ୍ୟରୁ ଜଳବାୟୁ ସଂକ୍ରାନ୍ତ ସାମାଜିକକର୍ମୀ ୨୧ ବର୍ଷୀୟ ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ ଗତ ସପ୍ତାହରେ ଗିରଫ କରିଛି।

ଅନ୍ୟ ଦୁଇ ଅଭିଯୁକ୍ତ ଓକିଲ ନିକିତା ଜାକୋବ୍‌ ଏବଂ ଇଞ୍ଜିନିୟର୍‌ ଶାନ୍ତନୁ ମୁଲୁକଙ୍କ ବିରୋଧରେ ଜାମିନବିହୀନ ଗିରଫ ପର୍‌ଓ୍ଵାନା ଜାରି କରାଯାଇଥିଲା। ସେମାନେ କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧୀୟ ଏହି ‘ଟୁଲ୍‌କିଟ୍‌’ର ପ୍ରସ୍ତୁତି ଓ ପ୍ରସାରଣ କରିଥିଲେ ଯାହାକୁ ପରେ ଗ୍ରେଟା ଥନ୍‌ବେରି ସେୟାର୍‌ କରିଥିଲେ। ଦିଶା ରବି ଗିରଫ ହେବା ପରେ ପରେ କେନ୍ଦ୍ରୀୟ ମହାରାଷ୍ଟ୍ରର ଶାନ୍ତନୁ ମୁଲୁକ ଏବଂ ନିକିତା ଜାକୋବ୍‌ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ନିବେଦନ କରିଥିଲେ।

The post ଟୁଲକିଟ୍ ମାମଲା: ନିକିତା ଜାକୋବଙ୍କ ଗିରଫଦାରୀକୁ ନା’ appeared first on Odisha Reporter.



from Odisha Reporter https://ift.tt/3qtMDt0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages