ରାଞ୍ଚି: ଝାଡଖଣ୍ଡର ଜାମସେଦପୁର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚଳନ୍ତା ସ୍କର୍ପିଓରେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଛନ୍ତି ଡ୍ରାଇଭର। ସୋନାରୀ ଥାନା ଅନ୍ତର୍ଗତ ମରିନ ଡ୍ରାଇଭ ସ୍ଥିତ ସ୍କ୍ରାଚ ବାର ନିକଟରେ ମଙ୍ଗଳବାର ରାତିରେ ଏହି ଅଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କର୍ପିଓରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ଗାଡି ଭିତରୁ ଡ୍ରାଇଭର ବାହାରି ପାରିନଥିଲେ ଫଳରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
କାରର ସେଣ୍ଟ୍ରାଲ ଲକ୍ ସଠିକ ସମୟରେ ଖୋଲି ନଥିବାରୁ ଡ୍ରାଇଭର ଜଣକ ବାହାରକୁ ବହାରି ପାରି ନଥିଲେ। ଫଳରେ ସେ କାର ଭିତରେ ଫସି ଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।
ସେପଟେ ଖବର ପାଇ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ପୁଲିସ ଉପସ୍ଥିତିରେ ଗାଡିର ଝରକା ଭାଙ୍ଗି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି।
ପୁଲିସ ସୂଚନା ମୁତାବକ, ଉକ୍ତ କାରଟି ପୋଟକା ଥାନା ଅନ୍ତର୍ଗତ ଜୁଡି ଗାଁର। ଦୁର୍ଘଟଣା ସମୟରେ କାରଟି ରାଞ୍ଚିରୁ ଆସୁଥିଲା। ତେବେ କେଉଁ କାରଣ ଯୋଗୁଁ ଚଳନ୍ତା କରରେ ନିଆଁ ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ଚଳନ୍ତା ସ୍କର୍ପିଓରେ ନିଆଁ, ଜୀବନ୍ତ ଜଳିଗଲେ ଡ୍ରାଇଭର appeared first on Odisha Reporter.
from Odisha Reporter https://ift.tt/3poijPf
No comments:
Post a Comment