ଅଭିନେତା ଦୀପ ସିଦ୍ଧୁ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କୁ ଗିରଫ ହୋଇଛନ୍ତି। ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛି ଦିଲ୍ଲୀ ପୁଲିସ୍‌।

ସେଦିନ ଲାଲକିଲ୍ଲାରେ ଘଟିଥିବା ଘଟଣା ପରଠୁ ଦୀପ ସିଦ୍ଧୁ ଫେରାର ଥିଲେ। ଦୀପ ଓ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଦିଲ୍ଲୀ ପୁଲିସ୍ ଘୋଷଣା କରିଥିଲା।

ଗତ ଜାନୁଆରୀ ୨୬ ତାରିଖରେ ବିଭିନ୍ନ ସର୍ତ୍ତ ସହିତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି କରିବାକୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଅନୁମତି ମିଳିଥିଲା। ତେବେ ଏହି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା।

ଆନ୍ଦୋଳନକାରୀମାନଙ୍କୁ ଯେଉଁ ରାସ୍ତାରେ ଯିବାକୁ ଅନୁମତି ନଥିଲା, ସେମାନେ ସେହି ରାସ୍ତାରେ ଯାଇଥିଲେ। ସେହିପରି ସେମାନେ ଲାଲକିଲ୍ଲାକୁ ପଶି ଯାଇଥିଲେ। ଏପରିକି ସେଠାରେ ସେମାନେ ପତାକା ଉଡ଼ାଇଥିଲେ।

ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକାଇବାକୁ ପ୍ରୟାସ କରିଥିଲା। ଆନ୍ଦୋଳନକାରୀଙ୍କ ପାଲଟା ଆକ୍ରାମଣରେ ୩୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।

ଦୀପ ସିଦ୍ଧୁ ଟ୍ରାକ୍ଟର ରାଲି ବେଳେ କୃଷକମାନଙ୍କୁ ହିଂସା ଭିଆଇବାକୁ ଉସକାଇ ଥିଲେ ବୋଲି ଅଭିଯୋଗ ହୋଇଛି। କୃଷକ ଆନ୍ଦୋଳନରେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଥିବା ଦୀପ ସିଦ୍ଧୁଙ୍କ ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଦୀପ ସିଦ୍ଧୁ ଷଡ଼ଯନ୍ତ୍ର କରି କୃଷକ ଆନ୍ଦୋଳନକୁ ପଥଭ୍ରଷ୍ଟ କରିବାକୁ ପ୍ରୟାସ କରିଥିବ ଚାଷୀ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୀପ ଏହାକୁ ଖଣ୍ଡନ କରିଛନ୍ତି।

ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁଲିସ୍ ଦୀପଙ୍କ ପୂର୍ବରୁ ୧୨୨ ଜଣଙ୍କୁ ଗିରଫ କରିଛି। ଆହୁରି ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ,  କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ପ୍ରଧମାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି  ରାଜ୍ୟସଭାରେ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଆନ୍ଦୋଳନ ବନ୍ଦ କରି ଆଲୋଚନାକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଚାଷୀମାନେ ମଧ୍ୟ ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଆଲୋଚନାକୁ ଆସିବା ପାଇଁ ରାଜି ହୋଇଛନ୍ତି। ତେବେ ଆଲୋଚନାର ତାରିଖ ଓ ସମୟ ସରକାର ସ୍ଥିର କରନ୍ତୁ ବୋଲି ସେମାନେ କହିଛନ୍ତି।

The post ଅଭିନେତା ଦୀପ ସିଦ୍ଧୁ ଗିରଫ appeared first on Odisha Reporter.



from Odisha Reporter https://ift.tt/3rNqkPp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages