ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କୁ ଟାର୍ଗେଟ୍ କଲେ ଲୁଟେରା। ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ଚେନ୍। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳେ ଘଟିଛି ଏହି ଘଟଣା।
ଝାରପଡ଼ା ଜେଲ୍ ସାମ୍ନା ରୋଡ୍ରେ ଏହି ଘଟଣା ଘଟିଛି। ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ମନୋରମା ସାହୁ। ସେ ଶାନ୍ତି ନଗରରେ ରହନ୍ତି।
ତାଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୭ଟା ବେଳେ ସେ ମର୍ଣ୍ଣିଂ ୱାକ୍ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ତିନି ଜଣ ଦୁର୍ବୃତ୍ତ ଥିଲେ। ଦୁଇ ଜଣ ବାଇକ୍ରେ ବସିଥିଲେ। ଆଉ ଜଣେ କଟୁରୀଟିଏ ଧରି ତାଙ୍କ ଆଡ଼କୁ ଆସିଥିଲେ। କଟୁରୀକୁ ତାଙ୍କ ବେକରେ ପକାଇ ଚେନ୍ ଦେବାକୁ କହିଥିଲେ। ଏହା ପରେ ତାଙ୍କୁ ତଳେ ପକାଇ ଚେନ୍ ଛିଣ୍ଡାଇ ଦେଇଥିଲା। ସେ ପାଟି କରିଥିଲେ। ତେବେ ଲୋକେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତା’ସହିତ ପାଖରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ କମିଶନରେଟ୍ ପୁଲିସ୍ ରାଜଧାନୀରୁ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ ମଧ୍ୟ ରାଜଧାନୀରେ ମର୍ଣ୍ଣିଂ ୱାକ୍ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ।
ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଜାଣି ପୁଲିସ୍ ଚଢ଼ାଉ କରିଥିଲା। ସ୍ପେଶାଲ୍ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ।
ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ସ୍ପୀଡ୍ ବାଇକ୍, ଏୟାର ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।
The post ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କୁ ଟାର୍ଗେଟ୍, ବେକରେ କଟୁରୀ ଲଗାଇ ନେଇଗଲେ ସୁନା ଚେନ୍ appeared first on Odisha Reporter.
from Odisha Reporter https://ift.tt/3tFsoKV
No comments:
Post a Comment