ସଂସଦ ଘେରାଉରେ ସାମିଲ ହେବେ ୪୦ ଲକ୍ଷ ଟ୍ରାକ୍ଟର, ଚେତାବନୀ ଦେଲେ ରାକେଶ ଟିକାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ସଂସଦ ଘେରାଉରେ ସାମିଲ ହେବେ ୪୦ ଲକ୍ଷ ଟ୍ରାକ୍ଟର, ଚେତାବନୀ ଦେଲେ ରାକେଶ ଟିକାୟତ

ସିକାର(ରାଜସ୍ଥାନ): କେନ୍ଦ୍ର ସରକାର ଯଦି ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ ନ କରିବେ, ତା’ହେଲେ ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ସଂସଦ ଘେରାଉ କରିବେ। ୪ ଲକ୍ଷ ନୁହେଁ ଏଥର ୪୦ ଲକ୍ଷ ଟ୍ରାକ୍ଟରରେ ଚାଷୀମାନେ ସଂସଦ ଯାଏ ରାଲି କରି ଏହାକୁ ଘେରାଉ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏଥିସହ ଦିଲ୍ଲୀ ମାର୍ଚ୍ଚ ପାଇଁ ଚାଷୀମାନେ ପ୍ରସ୍ତୁତ ରୁହନ୍ତୁ ଓ ଯେକୌଣସି ସମୟରେ ଡାକରା ମିଳିପାରେ ବୋଲି ମଧ୍ୟ ସେ କହିଛନ୍ତି।

ରାଜସ୍ଥାନର ସିକାରରେ ଆୟୋଜିତ କିଷାନ ମହାପଞ୍ଚାୟତରେ ଉଦବୋଧନ ଦେଇ ରାକେଶ ଟିକାୟତ କହିଛନ୍ତି, ଏଥର ସଂସଦ ଘେରାଉ କରିବାକୁ ଡାକରା ଦିଆଯିବ। ଆମେ ଡାକରା ଦେବୁ ଓ ଶୋଭାଯାତ୍ରା ଦିଲ୍ଲୀ ଅଭିମୁଖେ ବାହାରିବ। ଏଥର ୪ ଲକ୍ଷ ବଦଳରେ ୪୦ ଲକ୍ଷ ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହେବେ। ଚାଷୀମାନେ ଇଣ୍ଡିଆ ଗେଟ୍‌ରେ ଚାଷ କରିବେ ଓ ସେଠାରେ ଫସଲ ଅମଳ କରିବେ।

ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ସଂସଦ କେବେ ଘେରାଉ କରାଯିବ, ତା’ର ତାରିଖ ସ୍ଥିର କରିବେ। ଜାନୁଆରୀ ୨୬ରେ ଚାଷୀଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଦେଶର ଚାଷୀମାନେ ତ୍ରିରଙ୍ଗାକୁ ଭଲ ପାଆନ୍ତି, ଦେଶର ନେତାଙ୍କୁ ନୁହେଁ। ଯଦି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିବେ ଓ ଏମଏସପି ଲାଗୁ ନ କରିବେ, ତା’ହେଲେ ଚାଷୀମାନେ ବାଧ୍ୟ ହୋଇ ଦେଶରେ ଥିବା ବଡ଼ବଡ଼ କମ୍ପାନୀର ଗୋଦାମଗୁଡ଼ିକୁ ଧ୍ୱଂସ କରିଦେବେ। ଏ ସମ୍ପର୍କରେ ଖୁବଶୀଘ୍ର ତାରିଖ ମଧ୍ୟ ଘୋଷଣା ହେବ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ଏହି କିଷାନ ମହାପଞ୍ଚାୟତରେ ସ୍ୱରାଜ ଆନ୍ଦୋଳନା ଯୋଗେନ୍ଦ୍ର ଯାଦବ, ସର୍ବ ଭାରତୀୟ କିଷାନ ସଭାର ଜାତୀୟ ଉପସଭାପତି ଅମର ରାମ ଓ କିଷାନ ୟୁନିୟନର ଜାତୀୟ ସାଧାରଣ ସମ୍ପାଦକ ଚୌଧୁରୀ ଯୁଦ୍ଧବୀର ସିଂହ ପ୍ରମୁଖ ମଧ୍ୟ ଉଦବୋଧନ ଦେଇଥିଲେ।

The post ସଂସଦ ଘେରାଉରେ ସାମିଲ ହେବେ ୪୦ ଲକ୍ଷ ଟ୍ରାକ୍ଟର, ଚେତାବନୀ ଦେଲେ ରାକେଶ ଟିକାୟତ appeared first on Odisha Reporter.



from Odisha Reporter https://ift.tt/37HAeu8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages