RPF କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

RPF କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ୨ ଗୁରୁତର

ଭଦ୍ରକ (ପାର୍ଥସାରଥୀ ନାୟକ): କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ RPF କର୍ମୀ। ତଦନ୍ତ କରିବାକୁ ଯାଇଥିବା RPF କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ କୋଇଲା ମାଫିଆ। ଏଥିରେ ୨ ଆରପିଏଫ କର୍ମୀ ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଧାମରା ସ୍ଥିତ ନାଲଗୁଣ୍ଡା ପାଳଶପୁରରେ ଘଟିଛି ଏଭଳି ଘଟଣା।

ସୂଚନା ମୁତାବକ,  ଧାମରାରୁ ଟ୍ରେନରେ ଆସୁଧିବା କୋଇଲା ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା। ଏହି ଚୋରା କୋଇଲାକୁ ସ୍ଥାନୀୟ ଲୋକେ ବେଆଇନ ଇଟା ଭାଟିରେ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା।  ଖବର ପାଇ ଖୋର୍ଦ୍ଧା ଡିଭିଜନର RPF କ୍ରାଇମ ବ୍ରାଞ୍ଚର ୮ ଜଣିଆ ଟିମ୍ ନାଲଗୁଣ୍ଡାର ପଳାଶପୁରରେ ମିଳିତ ଭାବେ ଚଢ଼ାଉ କରିଥିଲା। ଏଥିସହ ଇଟା ଭାଟିରୁ ବେଆଇନ କୋଇଲା ମଧ୍ୟ ଜବତ କରିଥିଲେ।

ତେବେ ଏହି ସମୟରେ ହଠାତ୍ ୨୦ରୁ ୩୦ ଲୋକେ ସଙ୍ଘବଦ୍ଧ ଭାବେ ଆରପିଏଫ୍ ଟିମ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ RPF କର୍ମୀ ମୁକେଶ କୁମାର ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି। RPFଙ୍କୁ ଆକ୍ରମଣ ଘଟଣାରେ ଚାନ୍ଦବାଲି ପୁଲିସ ତଦନ୍ତ ଜାରି ରଖିଛି।

The post RPF କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ୨ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3dIiK4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages