ଭାରତକୁ ଆଉ ଏକ ଝଟକା, ଆଉଟ୍ ହେଲେ କ୍ୟାପ୍‌ଟେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଭାରତକୁ ଆଉ ଏକ ଝଟକା, ଆଉଟ୍ ହେଲେ କ୍ୟାପ୍‌ଟେନ୍‌

ଚେନ୍ନାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଆଜି ଭାରତ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ତିନୋଟି ୱିକେଟ୍ ହରାଇ ସାରିଲାଣି। ଦୁଇ ଓପନର (ରୋହିତ ଶର୍ମା ଓ ଶୁବମନ ଗିଲ୍‌) ଆଉଟ୍ ହୋଇଯାଇଛନ୍ତି।

୩.୩ ଓଭରରେ ଟିମ୍ ହରାଇଥିଲା ପ୍ରଥମ ୱିକେଟ୍‌। ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ ରୋହିତ ଶର୍ମା। ସେ ୯ଟି ବଲ୍‌ରୁ ୬ ରନ୍ କରିଥିଲେ। ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଜୋଶ ବଟଲରଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଶୁବମନ ଗିଲ୍ ଭଲ ଖେଳୁଥିଲେ। କିନ୍ତୁ ୨୮ଟି ବଲ୍‌ରେ ମାତ୍ର ୨୯ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ସେ ୫ଟି ଚୌକା ମାରିଥିଲେ। ତାଙ୍କୁ ବି ଜୋଫ୍ରା ଆର୍ଚର ଆଉଟ୍ କରିଥିଲେ। ଆର୍ଚରଙ୍କ ବଲରେ ଜେମ୍ସ ଆଣ୍ଡରସନ୍‌ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

୨୪.୪ ଓଭରରେ ଅଧିନାୟକ ବିରାଟ କୋହଲି ଆଉଟ୍ ହୋଇଥିଲେ। ସେ ୪୮ଟି ବଲ୍‌ରୁ ମାତ୍ର ୧୧ ରନ୍ କରି ପାଭିଲିଅନକୁ ଫେରିଥିଲେ । ଡମ ବେସଙ୍କ ବଲରେ ଓଲି ପୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ କୋହଲି।

ଖବର ଲେଖାଯିବା ବେଳକୁ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ଅଛନ୍ତି। ଚେତେଶ୍ୱର ପୂଜାର ୬୩ଟି ବଲ୍‌ରୁ ୨୫ ରନ୍ କରିଛନ୍ତି। ଦଳୀୟ ସ୍କୋର ୭୧ ହୋଇଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରିଛି। ଅଧିନାୟକ ଜୋ ରୁଟ୍ ସର୍ବାଧିକ ୨୧୮ ରନ୍ କରିଛନ୍ତି। ସେହିପରି ଡମ୍ ସିବଲେ ୮୭ ରନ୍ କରିଥିବା ବେଳେ ବେନ୍ ଷ୍ଟୋକ୍ସ ୮୨ କରିଥିଲେ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

The post ଭାରତକୁ ଆଉ ଏକ ଝଟକା, ଆଉଟ୍ ହେଲେ କ୍ୟାପ୍‌ଟେନ୍‌ appeared first on Odisha Reporter.



from Odisha Reporter https://ift.tt/2N3Nody

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages